Лого на YouVersion
Иконка за търсене

ଯୋହନ 21:15-17

ଯୋହନ 21:15-17 OERV

ସେମାନେ ଖାଇବା ପରେ ଯୀଶୁ ଶିମୋନ ପିତରଙ୍କୁ କହିଲେ, “ଯୋହନଙ୍କର ପୁତ୍ର ଶିମୋନ। ତୁମ୍ଭେ କ'ଣ ମୋତେ ଏମାନଙ୍କ ଅପେକ୍ଷା ଅଧିକ ପ୍ରେମ କର?” ପିତର ଉତ୍ତର ଦେଲେ, “ହଁ ପ୍ରଭୁ, ଆପଣ ଜାଣନ୍ତି ଯେ, ମୁଁ ଆପଣଙ୍କୁ ପ୍ରେମ କରେ।” ଯୀଶୁ ତାହାଙ୍କୁ କହିଲେ, “ମୋର ମେଷମାନଙ୍କୁ ଚରାଅ।” ତା'ପରେ ଯୀଶୁ ପୁଣି ତାହାଙ୍କୁ କହିଲେ, “ଯୋହନଙ୍କ ପୁତ୍ର ଶିମୋନ, ତୁମ୍ଭେ କ'ଣ ମୋତେ ପ୍ରେମ କର?” ପିତର ଉତ୍ତର ଦେଲେ, “ହଁ ପ୍ରଭୁ, ଆପଣ ଜାଣନ୍ତି, ମୁଁ ଆପଣଙ୍କୁ ପ୍ରେମ କରେ।” ତା'ପରେ ଯୀଶୁ କହିଲେ, “ମୋର ମେଷମାନଙ୍କୁ ପ୍ରତିପାଳନ କର।” ପୁଣି ତୃତୀୟ ଥର ସେ ତାହାଙ୍କୁ ପଗ୍ଭରିଲେ, “ଯୋହନଙ୍କ ପୁତ୍ର ଶିମୋନ, ତୁମ୍ଭେ ମୋତେ ପ୍ରେମ କର କି?” ପିତର ଦୁଃଖିତ ହେଲେ, ଯେହେତୁ ଯୀଶୁ ତାହାଙ୍କୁ ତିନିଥର ସେହି କଥା ପଗ୍ଭରିଲେ, “ମୋତେ ପ୍ରେମ କର କି?” ପିତର କହିଲେ, “ପ୍ରଭୁ, ଆପଣ ସବୁ ଜାଣିଛନ୍ତି। ମୁଁ ଆପଣଙ୍କୁ ପ୍ରେମ କରେ ବୋଲି ଆପଣ ଜାଣନ୍ତି।” ଯୀଶୁ ପିତରଙ୍କୁ କହିଲେ, “ମୋ’ ମେଷମାନଙ୍କୁ ଚରାଅ।