1
ଆଦି ପୁସ୍ତକ 32:28
ପବିତ୍ର ବାଇବଲ (Re-edited) - (BSI)
ସେ କହିଲେ, ତୁମ୍ଭେ ଯାକୁବ ନାମରେ ଆଉ ବିଖ୍ୟାତ ହେବ ନାହିଁ, ମାତ୍ର ଇସ୍ରାଏଲ (ପରମେଶ୍ଵରଙ୍କ ସହିତ ଯୋଦ୍ଧା) ନାମରେ ବିଖ୍ୟାତ ହେବ; କାରଣ ତୁମ୍ଭେ ପରମେଶ୍ଵର ଓ ମନୁଷ୍ୟ ସହିତ ଯୁଦ୍ଧ କରି ଜୟୀ ହୋଇଅଛ।
Compare
Explore ଆଦି ପୁସ୍ତକ 32:28
2
ଆଦି ପୁସ୍ତକ 32:26
ଅନନ୍ତର ସେହି ପୁରୁଷ କହିଲେ, ଆମ୍ଭକୁ ଛାଡ଼, କାରଣ ପ୍ରଭାତ ହେଲା। ତହୁଁ ଯାକୁବ କହିଲା, ତୁମ୍ଭେ ମୋତେ ଆଶୀର୍ବାଦ ନ କଲେ, ମୁଁ ତୁମ୍ଭଙ୍କୁ ଛାଡ଼ିବି ନାହିଁ।
Explore ଆଦି ପୁସ୍ତକ 32:26
3
ଆଦି ପୁସ୍ତକ 32:24
ସେତେବେଳେ ଯାକୁବ ସେଠାରେ ଏକାକୀ ରହିଲା; ତହୁଁ ଜଣେ ପୁରୁଷ ପ୍ରଭାତ ପର୍ଯ୍ୟନ୍ତ ତାହା ସହିତ ମଲ୍ଲଯୁଦ୍ଧ କଲେ।
Explore ଆଦି ପୁସ୍ତକ 32:24
4
ଆଦି ପୁସ୍ତକ 32:30
ସେତେବେଳେ ସେହି ସ୍ଥାନର ନାମ ପନୂୟେଲ (ପରମେଶ୍ଵରଙ୍କ ମୁଖ) ରଖିଲା; ଯେହେତୁ ସେ କହିଲା, ମୁଁ ପରମେଶ୍ଵରଙ୍କୁ ମୁଖାମୁଖି ଦେଖିଲେ ହେଁ ମୋହର ପ୍ରାଣ ବଞ୍ଚିଲା।
Explore ଆଦି ପୁସ୍ତକ 32:30
5
ଆଦି ପୁସ୍ତକ 32:25
ମାତ୍ର ତାହାକୁ ଜୟ କରି ପାରିଲେ ନାହିଁ ଦେଖି ସେ ଯାକୁବର ଊରୁଦେଶର ସନ୍ଧି ସ୍ଥାନରେ ଆଘାତ କଲେ; ତାହାଙ୍କ ସହିତ ଏପ୍ରକାର ମଲ୍ଲଯୁଦ୍ଧ କରିବାରୁ ଯାକୁବର ଊରୁସନ୍ଧି ଖସିଗଲା।
Explore ଆଦି ପୁସ୍ତକ 32:25
6
ଆଦି ପୁସ୍ତକ 32:27
ପୁନର୍ବାର ସେହି ମନୁଷ୍ୟ କହିଲେ, ତୁମ୍ଭର ନାମ କଅଣ? ସେ କହିଲା, ଯାକୁବ।
Explore ଆଦି ପୁସ୍ତକ 32:27
7
ଆଦି ପୁସ୍ତକ 32:29
ସେତେବେଳେ ଯାକୁବ ପଚାରି କହିଲା, ମୁଁ ବିନୟ କରୁଅଛି, ତୁମ୍ଭର ନାମ କୁହ। ସେ କହିଲେ, ତୁମ୍ଭେ କିହେତୁ ଆମ୍ଭର ନାମ ପଚାରୁ ଅଛ? ତହୁଁ ସେ ସେଠାରେ ଯାକୁବକୁ ଆଶୀର୍ବାଦ କଲେ।
Explore ଆଦି ପୁସ୍ତକ 32:29
8
ଆଦି ପୁସ୍ତକ 32:10
ତୁମ୍ଭେ ଏହି ଦାସ ପ୍ରତି ଯେସମସ୍ତ ଦୟା ଓ ଯେସମସ୍ତ ବିଶ୍ଵସ୍ତତା ପ୍ରକାଶ କରିଅଛ, ମୁଁ ତହିଁର କିଞ୍ଚିତ ହିଁ ପାଇବାର ଯୋଗ୍ୟ ନୁହେଁ; ଯେହେତୁ ମୁଁ ନିଜର ଯଷ୍ଟିମାତ୍ର ଘେନି ଏହି ଯର୍ଦ୍ଦନ ପାର ହୋଇଥିଲି, ମାତ୍ର ଏବେ ମୁଁ ଦୁଇଦଳ ହୋଇଅଛି।
Explore ଆଦି ପୁସ୍ତକ 32:10
9
ଆଦି ପୁସ୍ତକ 32:32
ଏହେତୁ ଇସ୍ରାଏଲର ସନ୍ତାନମାନେ ଅଦ୍ୟାପି (କୌଣସି) ଊରୁଦେଶର ଉପରିସ୍ଥ ସନ୍ଧିଶିରା ଭୋଜନ କରନ୍ତି ନାହିଁ, କାରଣ ସେ ଯାକୁବର ଊରୁଦେଶର ସନ୍ଧିଶିରା ସ୍ପର୍ଶ କରିଥିଲେ।
Explore ଆଦି ପୁସ୍ତକ 32:32
10
ଆଦି ପୁସ୍ତକ 32:9
ସେତେବେଳେ ଯାକୁବ କହିଲା, ହେ ମୋହର ପିତା ଅବ୍ରହାମଙ୍କର ପରମେଶ୍ଵର, ହେ ମୋହର ପିତା ଇସ୍ହାକଙ୍କର ପରମେଶ୍ଵର, ହେ ସଦାପ୍ରଭୋ, ତୁମ୍ଭେ ଆପେ ମୋତେ କହିଥିଲ, ତୁମ୍ଭେ ଆପଣା ଦେଶ ଓ ଜ୍ଞାତିମାନଙ୍କ ନିକଟକୁ ଫେରି ଯାଅ, ତହିଁରେ ଆମ୍ଭେ ତୁମ୍ଭର ମଙ୍ଗଳ କରିବା,।
Explore ଆଦି ପୁସ୍ତକ 32:9
11
ଆଦି ପୁସ୍ତକ 32:11
ବିନୟ କରୁଅଛି, ମୋʼ ଭ୍ରାତାର ହସ୍ତରୁ, ଏଷୌର ହସ୍ତରୁ ମୋତେ ରକ୍ଷା କର; କାରଣ ମୁଁ ତାହାକୁ ଭୟ କରୁଅଛି, କେଜାଣି ସେ ଆସି ମୋତେ ଓ ମାତା ଓ ବାଳକମାନଙ୍କୁ ବଧ କରିବ।
Explore ଆଦି ପୁସ୍ତକ 32:11
Home
Bible
Plans
Videos