1
ମୋଶାଙ୍କ ଲିଖିତ ପ୍ରଥମ ପୁସ୍ତକ 32:28
ଓଡିଆ ବାଇବେଲ
ସେ କହିଲେ, “ତୁମ୍ଭେ ଯାକୁବ ନାମରେ ଆଉ ବିଖ୍ୟାତ ହେବ ନାହିଁ, ମାତ୍ର ଇସ୍ରାଏଲ ନାମରେ ବିଖ୍ୟାତ ହେବ; କାରଣ, ତୁମ୍ଭେ ପରମେଶ୍ୱର ଓ ମନୁଷ୍ୟ ସହିତ ଯୁଦ୍ଧ କରି ଜୟୀ ହୋଇଅଛ।”
Compare
Explore ମୋଶାଙ୍କ ଲିଖିତ ପ୍ରଥମ ପୁସ୍ତକ 32:28
2
ମୋଶାଙ୍କ ଲିଖିତ ପ୍ରଥମ ପୁସ୍ତକ 32:26
ଏଥିଉତ୍ତାରେ ସେହି ପୁରୁଷ କହିଲେ, “ଆମ୍ଭକୁ ଛାଡ଼,” କାରଣ ପ୍ରଭାତ ହେଲା। ତହୁଁ ଯାକୁବ କହିଲା, “ତୁମ୍ଭେ ମୋତେ ଆଶୀର୍ବାଦ ନ କଲେ, ମୁଁ ତୁମ୍ଭଙ୍କୁ ଛାଡ଼ିବି ନାହିଁ।”
Explore ମୋଶାଙ୍କ ଲିଖିତ ପ୍ରଥମ ପୁସ୍ତକ 32:26
3
ମୋଶାଙ୍କ ଲିଖିତ ପ୍ରଥମ ପୁସ୍ତକ 32:24
ସେତେବେଳେ ଯାକୁବ ସେଠାରେ ଏକାକୀ ରହିଲା; ତହୁଁ ଜଣେ ପୁରୁଷ ପ୍ରଭାତ ପର୍ଯ୍ୟନ୍ତ ତାହା ସହିତ ମଲ୍ଲଯୁଦ୍ଧ କଲେ।
Explore ମୋଶାଙ୍କ ଲିଖିତ ପ୍ରଥମ ପୁସ୍ତକ 32:24
4
ମୋଶାଙ୍କ ଲିଖିତ ପ୍ରଥମ ପୁସ୍ତକ 32:30
ସେତେବେଳେ ସେହି ସ୍ଥାନର ନାମ ପେନୀୟେଲ୍ ରଖିଲା; ଯେହେତୁ ଯାକୁବ କହିଲା, “ମୁଁ ପରମେଶ୍ୱରଙ୍କୁ ମୁଖାମୁଖି ଦେଖିଲେ ହେଁ ମୋହର ପ୍ରାଣ ବଞ୍ଚିଲା।”
Explore ମୋଶାଙ୍କ ଲିଖିତ ପ୍ରଥମ ପୁସ୍ତକ 32:30
5
ମୋଶାଙ୍କ ଲିଖିତ ପ୍ରଥମ ପୁସ୍ତକ 32:25
ମାତ୍ର ତାହାକୁ ଜୟ କରି ପାରିଲେ ନାହିଁ ଦେଖି ସେ ଯାକୁବର ଊରୁଦେଶର ସନ୍ଧି ସ୍ଥାନରେ ଆଘାତ କଲେ; ତାହାଙ୍କ ସହିତ ଏପ୍ରକାର ମଲ୍ଲଯୁଦ୍ଧ କରିବାରୁ ଯାକୁବର ଊରୁସନ୍ଧି ଖସିଗଲା।
Explore ମୋଶାଙ୍କ ଲିଖିତ ପ୍ରଥମ ପୁସ୍ତକ 32:25
6
ମୋଶାଙ୍କ ଲିଖିତ ପ୍ରଥମ ପୁସ୍ତକ 32:27
ପୁନର୍ବାର ସେହି ମନୁଷ୍ୟ କହିଲେ, “ତୁମ୍ଭର ନାମ କଅଣ ?” ସେ କହିଲା, “ଯାକୁବ।”
Explore ମୋଶାଙ୍କ ଲିଖିତ ପ୍ରଥମ ପୁସ୍ତକ 32:27
7
ମୋଶାଙ୍କ ଲିଖିତ ପ୍ରଥମ ପୁସ୍ତକ 32:29
ସେତେବେଳେ ଯାକୁବ ପଚାରି କହିଲା, “ମୁଁ ବିନୟ କରୁଅଛି, ତୁମ୍ଭର ନାମ କୁହ।” ସେ କହିଲେ, “ତୁମ୍ଭେ କାହିଁକି ଆମ୍ଭର ନାମ ପଚାରୁ ଅଛ ?” ତହୁଁ ସେ ସେଠାରେ ଯାକୁବକୁ ଆଶୀର୍ବାଦ କଲେ।
Explore ମୋଶାଙ୍କ ଲିଖିତ ପ୍ରଥମ ପୁସ୍ତକ 32:29
8
ମୋଶାଙ୍କ ଲିଖିତ ପ୍ରଥମ ପୁସ୍ତକ 32:10
ତୁମ୍ଭେ ଏହି ଦାସ ପ୍ରତି ଯେଉଁ ସମସ୍ତ ଦୟା ଓ ଯେଉଁ ସମସ୍ତ ବିଶ୍ୱସ୍ତତା ପ୍ରକାଶ କରିଅଛ, ମୁଁ ତହିଁର ଅଳ୍ପ ମଧ୍ୟ ପାଇବାର ଯୋଗ୍ୟ ନୁହେଁ; ଯେହେତୁ ମୁଁ ନିଜର ଯଷ୍ଟିମାତ୍ର ଘେନି ଏହି ଯର୍ଦ୍ଦନ ପାର ହୋଇଥିଲି, ମାତ୍ର ଏବେ ମୁଁ ଦୁଇ ଦଳ ହୋଇଅଛି।
Explore ମୋଶାଙ୍କ ଲିଖିତ ପ୍ରଥମ ପୁସ୍ତକ 32:10
9
ମୋଶାଙ୍କ ଲିଖିତ ପ୍ରଥମ ପୁସ୍ତକ 32:32
ଏହେତୁ ଇସ୍ରାଏଲର ସନ୍ତାନମାନେ ଆଜି ପର୍ଯ୍ୟନ୍ତ (କୌଣସି) ଊରୁଦେଶର ଉପରିସ୍ଥ ସନ୍ଧିଶିରା ଭୋଜନ କରନ୍ତି ନାହିଁ, କାରଣ ସେ ଯାକୁବର ଊରୁଦେଶର ସନ୍ଧିଶିରା ସ୍ପର୍ଶ କରିଥିଲେ।
Explore ମୋଶାଙ୍କ ଲିଖିତ ପ୍ରଥମ ପୁସ୍ତକ 32:32
10
ମୋଶାଙ୍କ ଲିଖିତ ପ୍ରଥମ ପୁସ୍ତକ 32:9
ସେତେବେଳେ ଯାକୁବ କହିଲା, “ହେ ମୋହର ପିତା ଅବ୍ରହାମଙ୍କର ପରମେଶ୍ୱର, ହେ ମୋହର ପିତା ଇସ୍ହାକଙ୍କର ପରମେଶ୍ୱର, ହେ ସଦାପ୍ରଭୁ, ତୁମ୍ଭେ ମୋତେ କହିଥିଲ, ତୁମ୍ଭେ ଆପଣା ଦେଶ ଓ ଜ୍ଞାତିମାନଙ୍କ ନିକଟକୁ ଫେରି ଯାଅ, ତହିଁରେ ଆମ୍ଭେ ତୁମ୍ଭର ମଙ୍ଗଳ କରିବା।
Explore ମୋଶାଙ୍କ ଲିଖିତ ପ୍ରଥମ ପୁସ୍ତକ 32:9
11
ମୋଶାଙ୍କ ଲିଖିତ ପ୍ରଥମ ପୁସ୍ତକ 32:11
ବିନୟ କରୁଅଛି, ମୋ’ ଭ୍ରାତାର ହସ୍ତରୁ, ଏଷୌର ହସ୍ତରୁ ମୋତେ ରକ୍ଷା କର; କାରଣ ମୁଁ ତାହାକୁ ଭୟ କରୁଅଛି, କେଜାଣି ସେ ଆସି ମୋତେ ଓ ମାତା ଓ ବାଳକମାନଙ୍କୁ ବଧ କରିବ।
Explore ମୋଶାଙ୍କ ଲିଖିତ ପ୍ରଥମ ପୁସ୍ତକ 32:11
Home
Bible
Plans
Videos