“ସୂର୍ଯ୍ୟ, ଚନ୍ଦ୍ର ଓ ନକ୍ଷତ୍ରମାନଙ୍କରେ ଅଦ୍ଭୁତ ଲକ୍ଷଣ ଦେଖାଯିବ। ସବୁ ଦେଶର ଲୋକମାନେ ହତାଶ ହେବେ ଏବଂ ସମୁଦ୍ରର ଗର୍ଜନ ଓ ଭୟଙ୍କର ଜୁଆର ସେମାନଙ୍କୁ ଭୟଭୀତ କରିବ। ସମଗ୍ର ପୃଥିବୀ ଉପରେ ଯାହା ଘଟିବାକୁ ଯାଉଛି, ତା’ର ଆଶଙ୍କାରେ ଲୋକମାନେ ଭୟରେ ମୂର୍ଚ୍ଛିତ ହେବେ, କାରଣ ମହାକାଶର ଜ୍ୟୋତିଷ୍କଗୁଡ଼ିକ କକ୍ଷଚ୍ୟୁତ ହେବେ। ତା’ପରେ ମନୁଷ୍ୟପୁତ୍ର ମହାପରାକ୍ରମ ଓ ଗୌରବରେ ମେଘମାଳା ମଧ୍ୟରେ ଆସିବେ।