1
ଲୂକ 8:15
ପବିତ୍ର ବାଇବଲ (CL) NT (BSI)
ଯେଉଁମାନେ ବାର୍ତ୍ତା ଶୁଣି ବିଶ୍ୱସ୍ତ ଭାବରେ ଦୃଢ଼ ରୂପେ ଧରି ରଖନ୍ତି ଓ ପ୍ରଚୁର ଫଳ ଉତ୍ପନ୍ନ କରନ୍ତି, ସେମାନେ ଭଲ ଭୂମିରେ ପଡ଼ିଥିବା ବିହନ ପରି।
Compare
Explore ଲୂକ 8:15
2
ଲୂକ 8:14
ଯେଉଁମାନେ ବାର୍ତ୍ତା ଶୁଣନ୍ତି, କିନ୍ତୁ ସାଂସାରିକ ଚିନ୍ତା, ଧନ ସମ୍ପତ୍ତି ଓ ଭୋଗ ବିଳାସରେ ମଜ୍ଜି ରହନ୍ତି, ସେମାନେ କଣ୍ଟା ବୁଦାରେ ପଡ଼ିଥିବା ବିହନ ପରି। ସେସବୁ ସେମାନଙ୍କ ଜୀବନକୁ ଗ୍ରାସି ପକାଏ ଏବଂ ସେମାନେ ପରିପକ୍ୱ ଫଳ ଉତ୍ପନ୍ନ କରି ପାରନ୍ତି ନାହିଁ।
Explore ଲୂକ 8:14
3
ଲୂକ 8:13
ଯେଉଁମାନେ ସେହି ବାର୍ତ୍ତା ଶୁଣି ଆନନ୍ଦରେ ଗ୍ରହଣ କରନ୍ତି, ସେମାନେ ପଥୁରିଆ ଭୂଇଁରେ ପଡ଼ିଥିବା ବିହନ ପରି। ସେହି ବାର୍ତ୍ତା ସେମାନଙ୍କ ମଧ୍ୟରେ ଗଭୀରଭାବେ ପ୍ରବେଶ କରି ନ ଥିବାରୁ, ସେମାନଙ୍କ ବିଶ୍ୱାସ କ୍ଷଣସ୍ଥାୟୀ ହୁଏ ଏବଂ ପରୀକ୍ଷା ଆସିଲେ, ସେମାନଙ୍କ ପତନ ଘଟେ।
Explore ଲୂକ 8:13
4
ଲୂକ 8:25
ତା’ପରେ ସେ ଶିଷ୍ୟମାନଙ୍କୁ କହିଲେ, “ତୁମ୍ଭମାନଙ୍କର ବିଶ୍ୱାସ କାହିଁ?” କିନ୍ତୁ ସେମାନେ ବିସ୍ମିତ ଓ ଭୟଭୀତ ହୋଇ ପରସ୍ପରକୁ କହିଲେ, “ଏହି ବ୍ୟକ୍ତି କିଏ? ସେ ପବନ ଓ ତରଙ୍ଗକୁ ଆଦେଶ ଦେଲେ ସେମାନେ ତାଙ୍କର ବାଧ୍ୟ ହେଉଛନ୍ତି।”
Explore ଲୂକ 8:25
5
ଲୂକ 8:12
ଯେଉଁମାନେ କେବଳ ଶୁଣନ୍ତି; ସେମାନେ ବାଟରେ ବୁଣାଯାଉଥିବା ବିହନ ପରି - ଶୟତାନ ଆସି ସେମାନଙ୍କ ହୃଦୟରୁ ଈଶ୍ୱରଙ୍କ ବାର୍ତ୍ତା କାଢ଼ି ନେଇଯାଏ, ତେଣୁ ସେମାନେ ବିଶ୍ୱାସ କରି ପରିତ୍ରାଣ ପାଇପାରନ୍ତି ନାହିଁ।
Explore ଲୂକ 8:12
6
ଲୂକ 8:17
“ଯାହା ସବୁ ଲୁକ୍କାୟିତ ହୋଇଛି, ତାହା ସମସ୍ତଙ୍କ ନିକଟରେ ପ୍ରକାଶିତ ହେବ ଓ ଯାହା ସବୁ ଗୁପ୍ତ ରହିଛି, ତାହା ସମସ୍ତଙ୍କୁ ଜଣାଇ ଦିଆଯିବ।
Explore ଲୂକ 8:17
7
ଲୂକ 8:47-48
ସ୍ତ୍ରୀ ଲୋକଟି ଧରାପଡ଼ିଛି ବୋଲି ବୁଝିପାରି ଥରି ଥରି ଆସି ଯୀଶୁଙ୍କ ପାଦ ତଳେ ପଡ଼ିଗଲା। ସେ କାହିଁକି ତାଙ୍କୁ ଛୁଇଁଲା ଓ ସଙ୍ଗେ ସଙ୍ଗେ କିପରି ସୁସ୍ଥ ହେଲା, ସମସ୍ତଙ୍କ ସମ୍ମୁଖରେ ସବୁ କଥା କହିଲା। ଯୀଶୁ ତାକୁ କହିଲେ, “ଝିଅ! ତୋର ବିଶ୍ୱାସ ତୋତେ ସୁସ୍ଥ କରିଛି। ଶାନ୍ତିରେ ଚାଲିଯା।”
Explore ଲୂକ 8:47-48
8
ଲୂକ 8:24
ଶିଷ୍ୟମାନେ ଯୀଶୁଙ୍କ ପାଖକୁ ଯାଇ ତାଙ୍କୁ ଉଠାଇ କହିଲେ, “ହେ ଗୁରୁ, ହେ ଗୁରୁ, ଆମେ ମଲୁ।” ଯୀଶୁ ଉଠି ପବନ ଓ ତରଙ୍ଗକୁ ଧମକ ଦେଲେ, ସେମାନେ ସୁସ୍ଥିତର ହେଲେ ଓ ବାୟୁମଣ୍ଡଳ ଶାନ୍ତ ହେଲା।
Explore ଲୂକ 8:24
Home
Bible
Plans
Videos