ଲୂକ 4:9-12
ଲୂକ 4:9-12 OERV
ତା'ପରେ ସେ ଯୀଶୁଙ୍କୁ ଯିରୁଶାଲମକୁ ନେଇଗଲା ଓ ସେଠାରେ ମନ୍ଦିରର ଶିଖରରେ ଠିଆ କରାଇ ଦେଲା। ସେ ଯୀଶୁଙ୍କୁ କହିଲା, “ଯଦି ତୁମ୍ଭେ ପରମେଶ୍ୱରଙ୍କ ପୁତ୍ର, ତେବେ ଏହିଠାରୁ ତଳକୁ ଡେଇଁପଡ଼।” ଶାସ୍ତ୍ରରେ ଲେଖାଅଛି: ‘ପରମେଶ୍ୱର ତାହାଙ୍କର ଦୂତମାନଙ୍କୁ ତୁମ୍ଭର ଯତ୍ନ ନେବା ପାଇଁ ଆଜ୍ଞା ଦେବେ।’ ଏହା ମଧ୍ୟ ଲେଖାଅଛି: ‘ସେମାନେ ତାହାଙ୍କ ହାତରେ ତୁମ୍ଭକୁ ଉଠେଇ ନେବେ, ଯାହା ଫଳରେ କୌଣସି ପଥରରେ ତୁମ୍ଭ ପାଦ ଲାଗିବ ନାହିଁ।’” ଯୀଶୁ କହିଲେ, “ଶାସ୍ତ୍ରରେ ଏ କଥା ମଧ୍ୟ ଲେଖାଅଛି, ‘ତୁମ୍ଭେ ପ୍ରଭୁ ପରମେଶ୍ୱରଙ୍କୁ କେବେ ହେଲେ ପରୀକ୍ଷା କରିବ ନାହିଁ।’”