ଆଦି ପୁସ୍ତକ 11
11
ପୃଥିବୀ ଭାଗ ଭାଗ ହେଲା
1ବନ୍ୟା ପରେ ପୃଥିବୀରେ ଏକ ପ୍ରକାର ଭାଷା କହୁଥିଲେ। ସମସ୍ତ ଲୋକ ଏକ ପ୍ରକାର ଶବ୍ଦ ବ୍ୟବହାର କରୁଥିଲେ। 2ଲୋକମାନେ ପୂର୍ବ ଦିଗରେ ଭ୍ରମଣ କରୁ କରୁ ସେମାନେ ଶିନିୟର ଦେଶରେ ଏକ ସମତଳ ଭୂମି ପାଇଲେ। ଲୋକମାନେ ସେଠାରେ ବସତି ଆରମ୍ଭ କଲେ। 3ଲୋକମାନେ କହିଲେ, “ଆସ ଆମ୍ଭେ ଇଟା ପୋଡ଼ି ଟାଣ କରିବା।” ତେଣୁ ଲୋକମାନେ ପଥର ବ୍ୟବହାର ନ କରି ଇଟାକୁ ଘର କରିବା ପାଇଁ ବ୍ୟବହାର କଲେ। ଏବଂ ସେମାନେ ମାଟିଆ ତେଲକୁ ଚୂନ ସ୍ୱରୂପ ବ୍ୟବହାର କଲେ।
4ଏହା ପରେ ଲୋକମାନେ କହିଲେ, “ଆସ, ଆମ୍ଭ ପାଇଁ ଏକ ନଗର ଓ ଏକ ଗଗନସ୍ପର୍ଶୀ ଅଟ୍ଟାଳିକା ନିର୍ମାଣ କରିବା, ଆମ୍ଭେମାନେ ଅତି ଜଣାଶୁଣା ହେବା। ତା'ହେଲେ ଆମ୍ଭେମାନେ ପୃଥିବୀର ଗ୍ଭରିଆଡ଼େ ବିକ୍ଷିପ୍ତ ହେବା ନାହିଁ।”
5ସଦାପ୍ରଭୁ ଲୋକମାନଙ୍କ ଦ୍ୱାରା ତିଆରି ହେଉଥିବା ନଗର ଏବଂ ଦୁର୍ଗ ଦେଖିବା ପାଇଁ ଓହ୍ଲାଇ ଆସିଲେ। 6ସଦାପ୍ରଭୁ କହିଲେ, “ଏହି ସମସ୍ତ ଲୋକ ଏକ ଓ ସେମାନଙ୍କର ଭାଷା ଏକ, ସେମାନେ ଏହି କାମ କରିବାକୁ ଏକତ୍ରିତ ହୋଇଛନ୍ତି। ଏହା ତାଙ୍କର ଆରମ୍ଭ ମାତ୍ର। ସେମାନେ ଯେତେବେଳେ ଯାହା ଗ୍ଭହିଁବେ ତାହା କରିବେ। 7ତେଣୁ ଆସ, ତଳକୁ ଯିବା ଏବଂ ସେମାନଙ୍କ ମଧ୍ୟରେ ବିଭିନ୍ନ ଭାଷା#11:7 ଭାଷା ଆକ୍ଷରିକ ଭାବରେ “ସେମାନଙ୍କର ଭାଷାକୁ ଦ୍ୱନ୍ଦରେ ପକେଇ ଦିଏ।” ତିଆରି କରିବା। ତେଣୁ ସେମାନେ ପରସ୍ପର ଭାଷା ବୁଝିପାରିବେ ନାହିଁ।”
8ଏହିପରି ଭାବରେ ସଦାପ୍ରଭୁ ପୃଥିବୀର ଲୋକମାନଙ୍କୁ ଛିନ୍ନ ବିଛିନ୍ନ କରି ପକାଇଲେ। ତେଣୁ ସେହି ଲୋକମାନେ ନଗର ନିର୍ମାଣ ଶେଷ କରି ପାରିଲେ ନାହିଁ। 9ସେହି ସ୍ଥାନର ନାମ ବାବିଲ୍ ହେଲା। ଯେହେତୁ ସଦାପ୍ରଭୁ ସେସ୍ଥାନରେ ସମସ୍ତ ପୃଥିବୀର ଭାଷାର ଭେଦ ଜନ୍ମାଇଲେ ଏବଂ ସେସ୍ଥାନରୁ ଲୋକମାନଙ୍କୁ ଛିନ୍ନ ବିଛିନ୍ନ କରାଇଲେ।
ଶେମର ବଂଶାବଳୀ
10ଏହା ହେଉଛି ଶେମ ପରିବାରର ବିବରଣୀ, ଯେତେବେଳେ ଶେମକୁ ଏକ ଶହ ବର୍ଷ ହୋଇଥିଲା ଏବଂ ବନ୍ୟାର ଦୁଇ ବର୍ଷ ପରେ ସେ ଅର୍ଫକ୍ଷଦର ପିତା ହେଲା। 11ଏହା ପରେ ଅର୍ଫକ୍ଷଦର ଜନ୍ମ ପରେ ଶେମ 500 ବର୍ଷ ବଞ୍ଚିଲା ଓ ପୁତ୍ର ଏବଂ କନ୍ୟାଗଣର ପିତା ହେଲା।
12ଅର୍ଫକ୍ଷଦ ପଞ୍ଚତିରିଶ୍ ବର୍ଷ ବୟସରେ ଶେଲହର ପିତା ହେଲା। 13ଶେଲହର ପିତା ହେଲା ପରେ, ଅର୍ଫକ୍ଷଦ 403 ବର୍ଷ ବଞ୍ଚିଲା ଏବଂ ପୁତ୍ର ଓ କନ୍ୟାଗଣ ଲାଭ କଲା।
14ଶେଲହକୁ ତିରିଶ୍ ବର୍ଷ ବୟସରେ ସେ ଏବରର ପିତା ହେଲା। 15ଏବର ଜନ୍ମ ହେବାପରେ ଶେଲହ 403 ବର୍ଷ ବଞ୍ଚିଲା। ସେହି ସମୟ ମଧ୍ୟରେ ସେ ପୁତ୍ରକନ୍ୟାଙ୍କୁ ଜନ୍ମ ଦେଲେ।
16ଏବରକୁ 34 ବର୍ଷ ପରେ ତା'ର ଏକ ପୁତ୍ର ଜନ୍ମିଲା ଯାହାର ନାମ ପେଲଗ। 17ପେଲଗର ଜନ୍ମ ପରେ, ଏବର 430 ବର୍ଷ ବଞ୍ଚିଲା। ସେହି ସମୟ ମଧ୍ୟରେ ତା'ର ଅନ୍ୟ ସନ୍ତାନସନ୍ତତିମାନେ ଜନ୍ମ ନେଲେ।
18ପେଲଗକୁ ତିରିଶ୍ ବର୍ଷ ବୟସରେ ରିୟୁ ନାମକ ଏକ ପୁତ୍ରକୁ ଜନ୍ମ ହେଲା। 19ରିୟୁର ଜନ୍ମ ପରେ ପେଲଗ 209 ବର୍ଷ ବଞ୍ଚିଲା। ସେହି ସମୟରେ ତା'ର ଅନ୍ୟ ପୁତ୍ର ଓ କନ୍ୟାମାନ ଜନ୍ମ ନେଲେ।
20ରିୟୁକୁ ବତିଶ ବର୍ଷ ବୟସରେ ତା'ଠାରୁ ସରୁଗ ଜନ୍ମ ହେଲା। 21ସରୁଗର ଜନ୍ମ ପରେ ରିୟୁ 207 ବର୍ଷ ବଞ୍ଚିଲା। ସେହି ସମୟ ମଧ୍ୟରେ ତା'ଠାରୁ ଆହୁରି ପୁତ୍ର ଓ କନ୍ୟାଗଣ ଜନ୍ମ ନେଇଥିଲେ।
22ସରୁଗ ତିରିଶ୍ ବର୍ଷ ବୟସରେ ନାହୋରର ପିତା ହେଲା। 23ନାହୋରର ଜନ୍ମ ପରେ ସରୁଗ 200 ବର୍ଷ ଅଧିକ ବଞ୍ଚିଲା। ସେହି ସମୟ ମଧ୍ୟରେ ତା'ଠାରୁ ଅନ୍ୟ ପୁତ୍ରକନ୍ୟାମାନ ଜନ୍ମ ନେଲେ।
24ନାହୋର ଅଣତିରିଶ୍ ବର୍ଷ ବୟସରେ ତେରହକୁ ଜନ୍ମ ଦେଲା। 25ତେରହର ଜନ୍ମ ପରେ ନାହୋର 119 ବର୍ଷ ବଞ୍ଚିଲା। ସେହି ସମୟରେ ତା'ଠାରୁ ଅନ୍ୟ ପୁତ୍ରକନ୍ୟାମାନେ ଜନ୍ମ ହେଲେ।
26ତେରହର ସତୁରି ବର୍ଷ ବୟସରେ ତା'ର ପୁତ୍ର ଅବ୍ରାମ, ନାହୋର ଓ ହାରଣ ଜନ୍ମ ହେଲେ।
ତେରହର ବଂଶାବଳୀ
27ଏହା ଅଟେ ତେରହର ବଂଶାବଳୀ। ତେରହ ଥିଲା ଅବ୍ରାମ, ନାହୋର ଓ ହାରୋଣର ପିତା। ହାରୋଣ ଲୋଟକୁ ଜନ୍ମ କଲା। 28ହାରୋଣ ଆପଣା ପିତା ତେରହର ସାକ୍ଷାତରେ କଲଦୀୟମାନଙ୍କ ଊର୍ ନାମକ ଆପଣା ଜନ୍ମ ଦେଶରେ ମଲା। 29ଏହା ପରେ ଅବ୍ରାମ ଓ ନାହୋର ଉଭୟ ବିବାହ କଲେ। ଅବ୍ରାମଙ୍କ ସ୍ତ୍ରୀର ନାମ ସାରୀ ଏବଂ ନାହୋରର ସ୍ତ୍ରୀ ମିଲ୍କା, ହାରୋଣର କନ୍ୟା। ହାରୋଣର ଅନ୍ୟ ଝିଅର ନାମ ଯିସ୍କା। 30ସାରୀ ବନ୍ଧ୍ୟା ଥିଲେ। ତାଙ୍କର କୌଣସି ସନ୍ତାନ ନ ଥିଲେ।
31ତେରହ ଆପଣା ପୁତ୍ର ଅବ୍ରାମଙ୍କୁ ଓ ହାରଣର ପୁତ୍ର ଲୋଟ ନାମକ ପୌତ୍ରକୁ ଏବଂ ଅବ୍ରାମଙ୍କ ସ୍ତ୍ରୀ ସାରୀ ପୁତ୍ରବଧୁଙ୍କୁ ସଙ୍ଗରେ ନେଲା। ଏବଂ ସେ ସମସ୍ତେ କଲଦୀୟମାନଙ୍କ ଊରଠାରୁ କିଣାନ ଦେଶ ଉଦ୍ଦେଶ୍ୟରେ ଯାତ୍ରା କରି ହାରଣ ନଗରରେ ବସତି ସ୍ଥାପନ କଲେ। 32ତେରହ ହାରଣ ନଗରରେ ଥାଇ 205 ବର୍ଷରେ ମଲା।
S'ha seleccionat:
ଆଦି ପୁସ୍ତକ 11: OERV
Subratllat
Comparteix
Copia
Vols que els teus subratllats es desin a tots els teus dispositius? Registra't o inicia sessió
Odia Holy Bible: Easy-to-Read Version (OERV)
@ 2004 Bible League International

: