1
ଆଦି ପୁସ୍ତକ 3:6
ପବିତ୍ର ବାଇବଲ (Re-edited) - (BSI)
ଏଥିରେ ନାରୀ ସେହି ବୃକ୍ଷକୁ ସୁଖାଦ୍ୟର ଉତ୍ପାଦକ ଓ ନୟନର ଲୋଭଜନକ ଓ ଜ୍ଞାନ ଦେବା ନିମିତ୍ତ ବାଞ୍ଛନୀୟ ଦେଖି ତହିଁରୁ ଫଳ ତୋଳି ଖାଇଲେ, ପୁଣି ଆପଣା ସଙ୍ଗସ୍ଥ ସ୍ଵାମୀଙ୍କୁ ଦିଅନ୍ତେ, ସେ ମଧ୍ୟ ଖାଇଲେ।
Σύγκριση
Διαβάστε ଆଦି ପୁସ୍ତକ 3:6
2
ଆଦି ପୁସ୍ତକ 3:1
ସଦାପ୍ରଭୁ ପରମେଶ୍ଵରଙ୍କ ନିର୍ମିତ ଭୂଚର ପଶୁମାନଙ୍କ ମଧ୍ୟରେ ସର୍ପ ସର୍ବାପେକ୍ଷା ଖଳଥିଲା। ସେ ନାରୀଙ୍କି କହିଲା, ଆଗୋ, ଏ କି ସତ୍ୟ, ଉଦ୍ୟାନର କୌଣସି ବୃକ୍ଷର ଫଳ ଖାଇବାକୁ ପରମେଶ୍ଵର ତୁମ୍ଭମାନଙ୍କୁ ନିଷେଧ କରିଅଛନ୍ତି?
Διαβάστε ଆଦି ପୁସ୍ତକ 3:1
3
ଆଦି ପୁସ୍ତକ 3:15
ଆଉ ଆମ୍ଭେ ତୁମ୍ଭର ଓ ନାରୀର ମଧ୍ୟରେ, ପୁଣି ତୁମ୍ଭ ବଂଶ ଓ ତାଙ୍କ ବଂଶ ମଧ୍ୟରେ ବୈରଭାବ ଜନ୍ମାଇବା; ସେ ତୁମ୍ଭର ମସ୍ତକକୁ ଆଘାତ କରିବେ ଓ ତୁମ୍ଭେ ତାହାଙ୍କ ଗୋଇଠିକି ଆଘାତ କରିବ।
Διαβάστε ଆଦି ପୁସ୍ତକ 3:15
4
ଆଦି ପୁସ୍ତକ 3:16
ତହୁଁ ସେ ନାରୀଙ୍କି କହିଲେ, ଆମ୍ଭେ ତୁମ୍ଭର ଗର୍ଭବେଦନା ଅତିଶୟ ବଢ଼ାଇବା, ତୁମ୍ଭେ ବ୍ୟଥାରେ ସନ୍ତାନ ପ୍ରସବ କରିବ; ପୁଣି ସ୍ଵାମୀ ପ୍ରତି ତୁମ୍ଭର ବାସନା ରହିବ, ସେ ତୁମ୍ଭ ଉପରେ କର୍ତ୍ତୃତ୍ଵ କରିବ।
Διαβάστε ଆଦି ପୁସ୍ତକ 3:16
5
ଆଦି ପୁସ୍ତକ 3:19
ତୁମ୍ଭେ ଯେଉଁ ମୃତ୍ତିକାରୁ ଗୃହୀତ ହେଲ, ତହିଁରେ ନ ମିଶିବା ପର୍ଯ୍ୟନ୍ତ ମୁଖର ଝାଳରେ ଆହାର କରିବ; ଯେହେତୁ ତୁମ୍ଭେ ଧୂଳି ଓ ଧୂଳିରେ ପୁନର୍ବାର ମିଶିଯିବ।
Διαβάστε ଆଦି ପୁସ୍ତକ 3:19
6
ଆଦି ପୁସ୍ତକ 3:17
ଆଉ ସେ ଆଦମଙ୍କୁ କହିଲେ, ଯେଉଁ ବୃକ୍ଷର ଫଳ ଖାଇବା ବିଷୟରେ ଆମ୍ଭେ ତୁମ୍ଭକୁ ଆଜ୍ଞା ଦେଇ କହିଥିଲୁ, ତାହା ଖାଇବ ନାହିଁ, ତୁମ୍ଭେ ଆପଣା ଭାର୍ଯ୍ୟାର କଥା ଶୁଣି ତାହା ଖାଇଅଛ; ଏଣୁ ତୁମ୍ଭ ସକାଶୁ ଭୂମି ଶାପଗ୍ରସ୍ତ ହେଲା; ତୁମ୍ଭେ ଯାବଜ୍ଜୀବନ କ୍ଳେଶରେ ତହିଁରୁ ଭକ୍ଷ୍ୟ ପାଇବ।
Διαβάστε ଆଦି ପୁସ୍ତକ 3:17
7
ଆଦି ପୁସ୍ତକ 3:11
ସେ କହିଲେ, ତୁମ୍ଭେ ଉଲଙ୍ଗ ଅଛ, ଏହା କିଏ ତୁମ୍ଭକୁ ଜଣାଇଲା? ଆମ୍ଭେ ଯେଉଁ ବୃକ୍ଷର ଫଳ ଖାଇବାକୁ ନିଷେଧ କରିଥିଲୁ, ତାହା କି ତୁମ୍ଭେ ଖାଇଅଛ?
Διαβάστε ଆଦି ପୁସ୍ତକ 3:11
8
ଆଦି ପୁସ୍ତକ 3:24
ଏହି ରୂପେ ସେ ଆଦମଙ୍କୁ ତଡ଼ିଦେଲେ; ପୁଣି ଅମୃତ ବୃକ୍ଷର ପଥ ରକ୍ଷା କରିବା ନିମିତ୍ତ ଏଦନ ଉଦ୍ୟାନର ପୂର୍ବଦିଗରେ କିରୂବଗଣ ଓ ଚତୁର୍ଦ୍ଦିଗରେ ଘୂର୍ଣ୍ଣାୟମାନ ତେଜୋମୟ ଖଡ଼୍ଗ ସ୍ଥାପନ କଲେ।
Διαβάστε ଆଦି ପୁସ୍ତକ 3:24
9
ଆଦି ପୁସ୍ତକ 3:20
ଅନନ୍ତର ଆଦମ ଆପଣା ଭାର୍ଯ୍ୟାର ନାମ ହବା (ଜୀବନ) ଦେଲେ, ଯେହେତୁ ସେ ଜୀବିତ ସକଳର ମାତା ହେଲେ।
Διαβάστε ଆଦି ପୁସ୍ତକ 3:20
Αρχική
Αγία Γραφή
Σχέδια
Βίντεο