1
ଆଦି ପୁସ୍ତକ 22:14
ପବିତ୍ର ବାଇବଲ (Re-edited) - (BSI)
ପୁଣି ଅବ୍ରହାମ ସେହି ସ୍ଥାନର ନାମ ଯିହୋବା-ଯିରି (ସଦାପ୍ରଭୁ ଯୋଗାଇବେ) ରଖିଲେ। ଏଣୁକରି ଆଜିଯାଏ ଲୋକେ କହନ୍ତି, ପର୍ବତରେ ସଦାପ୍ରଭୁ ଯୋଗାଇବେ।
השווה
חקרו ଆଦି ପୁସ୍ତକ 22:14
2
ଆଦି ପୁସ୍ତକ 22:2
ସେତେବେଳେ ସେ କହିଲେ, ତୁମ୍ଭେ ଏବେ ଆପଣା ପୁତ୍ରକୁ, ତୁମ୍ଭର ଅଦ୍ଵିତୀୟ ପୁତ୍ରକୁ, ଅର୍ଥାତ୍, ତୁମ୍ଭେ ଯାହାକୁ ସ୍ନେହ କର, ସେହି ଇସ୍ହାକକୁ ଘେନି ମୋରୀୟା ଦେଶକୁ ଯାଅ; ପୁଣି ଆମ୍ଭେ ସେହି ଦେଶରେ ଯେଉଁ ପର୍ବତ କହିବା, ସେହି ପର୍ବତ ଉପରେ ତାହାକୁ ହୋମାର୍ଥେ ବଳିଦାନ କର।
חקרו ଆଦି ପୁସ୍ତକ 22:2
3
ଆଦି ପୁସ୍ତକ 22:12
ତହିଁରେ ସେ କହିଲେ, ତୁମ୍ଭେ ସେହି ବାଳକର ପ୍ରତିକୂଳରେ ହସ୍ତ ବିସ୍ତାର କର ନାହିଁ ଓ ତାହା ପ୍ରତି କିଛି କର ନାହିଁ; କାରଣ ପରମେଶ୍ଵରଙ୍କ ପ୍ରତି ତୁମ୍ଭର ଭୟ ଅଛି, ଏହା ଏବେ ଆମ୍ଭେ ବୁଝିଲୁ; ଯେହେତୁ ତୁମ୍ଭେ ଆମ୍ଭଙ୍କୁ ଆପଣାର ପୁତ୍ର, ଆପଣାର ଏକମାତ୍ର ପୁତ୍ର ଦେବାକୁ ହିଁ ଅସମ୍ମତ ନୋହିଲ।
חקרו ଆଦି ପୁସ୍ତକ 22:12
4
ଆଦି ପୁସ୍ତକ 22:8
ତହିଁରେ ଅବ୍ରହାମ କହିଲେ, ପୁତ୍ର, ପରମେଶ୍ଵର ଆପେ ହୋମ ପାଇଁ ମେଣ୍ଢାଛୁଆ ଯୋଗାଇବେ। ତହୁଁ ଦୁହେଁ ଏକତ୍ର ଚାଲିଗଲେ।
חקרו ଆଦି ପୁସ୍ତକ 22:8
5
ଆଦି ପୁସ୍ତକ 22:17-18
ତୁମ୍ଭର ଏହି କର୍ମ ସକାଶୁ ଆମ୍ଭେ ଆପଣା ନାମରେ ଶପଥ କରି କହୁଅଛୁ, ଆମ୍ଭେ ତୁମ୍ଭକୁ ଅବଶ୍ୟ ଆଶୀର୍ବାଦ କରି ଆକାଶସ୍ଥ ତାରାଗଣ ଓ ସମୁଦ୍ରର ବାଲି ପରି ତୁମ୍ଭର ବଂଶ ଅତିଶୟ ବୃଦ୍ଧି କରିବା; ତୁମ୍ଭର ବଂଶ ଶତ୍ରୁଗଣର ନଗର-ଦ୍ଵାର ଅଧିକାର କରିବେ। ପୁଣି ପୃଥିବୀସ୍ଥ ସମସ୍ତ ଜାତି ତୁମ୍ଭର ବଂଶ ଦ୍ଵାରା ଆଶୀର୍ବାଦ ପ୍ରାପ୍ତ ହେବେ; ଯେହେତୁ ତୁମ୍ଭେ ଆମ୍ଭର ବାକ୍ୟ ପାଳନ କରିଅଛ।
חקרו ଆଦି ପୁସ୍ତକ 22:17-18
6
ଆଦି ପୁସ୍ତକ 22:1
ଏହି ସମସ୍ତ ଘଟଣା ଉତ୍ତାରେ ପରମେଶ୍ଵର ଅବ୍ରହାମଙ୍କର ପରୀକ୍ଷା ନିମନ୍ତେ କହିଲେ, ହେ ଅବ୍ରହାମ। ତହିଁରେ ସେ ଉତ୍ତର କଲେ, ଦେଖନ୍ତୁ, ମୁଁ ଏଠାରେ ଅଛି।
חקרו ଆଦି ପୁସ୍ତକ 22:1
7
ଆଦି ପୁସ୍ତକ 22:11
ଏପରି ସମୟରେ ଆକାଶରୁ ସଦାପ୍ରଭୁଙ୍କ ଦୂତ ତାଙ୍କୁ ଡାକି କହିଲେ, ହେ ଅବ୍ରହାମ, ହେ ଅବ୍ରହାମ; ତହିଁରେ ସେ କହିଲେ, ଦେଖନ୍ତୁ, ମୁଁ ଏଠାରେ।
חקרו ଆଦି ପୁସ୍ତକ 22:11
8
ଆଦି ପୁସ୍ତକ 22:15-16
ଆଉ ସଦାପ୍ରଭୁଙ୍କ ଦୂତ ଦ୍ଵିତୀୟ ଥର ଆକାଶରୁ ଅବ୍ରହାମଙ୍କୁ ଡାକି କହିଲେ, ସଦାପ୍ରଭୁ କହୁଅଛନ୍ତି, ତୁମ୍ଭେ ଆମ୍ଭଙ୍କୁ ଆପଣାର ପୁତ୍ର, ଆପଣାର ଏକମାତ୍ର ପୁତ୍ର ଦେବାକୁ ଅସମ୍ମତ ନୋହିଲ
חקרו ଆଦି ପୁସ୍ତକ 22:15-16
9
ଆଦି ପୁସ୍ତକ 22:9
ଆଉ ପରମେଶ୍ଵରଙ୍କ ନିରୂପିତ ସ୍ଥାନରେ ଉପସ୍ଥିତ ହୁଅନ୍ତେ, ଅବ୍ରହାମ ସେଠାରେ ଏକ ଯଜ୍ଞବେଦୀ ନିର୍ମାଣ କରି ତହିଁ ଉପରେ କାଠ ସଜାଡ଼ି ଆପଣା ପୁତ୍ର ଇସ୍ହାକକୁ ବାନ୍ଧି ବେଦିର କାଠ ଉପରେ ଶୁଆଇଲେ।
חקרו ଆଦି ପୁସ୍ତକ 22:9
בית
כתבי הקודש
תכניות
קטעי וידאו