1
ଆଦି ପୁସ୍ତକ 17:1
ପବିତ୍ର ବାଇବଲ (Re-edited) - (BSI)
ODIAOV-BSI
ଅବ୍ରାମଙ୍କର ଅନେଶ୍ଵତ ବର୍ଷ ବୟସରେ ସଦାପ୍ରଭୁ ତାଙ୍କୁ ଦର୍ଶନ ଦେଇ କହିଲେ, ଆମ୍ଭେ ସର୍ବଶକ୍ତିମାନ ପରମେଶ୍ଵର; ଆମ୍ଭ ଛାମୁରେ ଧର୍ମାଚରଣ କରି ତୁମ୍ଭେ ସିଦ୍ଧ ହୁଅ।
Krahaso
Eksploroni ଆଦି ପୁସ୍ତକ 17:1
2
ଆଦି ପୁସ୍ତକ 17:5
ପୁଣି ତୁମ୍ଭ ନାମ ଅବ୍ରାମ (ମହାପିତା) ଆଉ ରହିବ ନାହିଁ, ମାତ୍ର ଅବ୍ରହାମ (ବହୁଲୋକର ପିତା) ହେବ। ଯେହେତୁ ଆମ୍ଭେ ତୁମ୍ଭକୁ ଅନେକ ଗୋଷ୍ଠୀର ଆଦିପିତା କଲୁ।
Eksploroni ଆଦି ପୁସ୍ତକ 17:5
3
ଆଦି ପୁସ୍ତକ 17:7
ଆମ୍ଭେ ତୁମ୍ଭ ସହିତ ଓ ତୁମ୍ଭ ଭବିଷ୍ୟତ ବଂଶପରମ୍ପରା ସହିତ ଯେଉଁ ନିୟମ ସ୍ଥିର କଲୁ, ତାହା ଅନନ୍ତକାଳ ସ୍ଥାୟୀ ହେବ। ତହିଁରେ ଆମ୍ଭେ ତୁମ୍ଭର ଓ ତୁମ୍ଭ ଭବିଷ୍ୟତ ବଂଶର ପରମେଶ୍ଵର ହେବା।
Eksploroni ଆଦି ପୁସ୍ତକ 17:7
4
ଆଦି ପୁସ୍ତକ 17:4
ଦେଖ, ଆମ୍ଭେ ତୁମ୍ଭ ସହିତ ଆପଣା ନିୟମ ସ୍ଥିର କରୁଅଛୁ, ତୁମ୍ଭେ ଅନେକ ଗୋଷ୍ଠୀର ଆଦିପୁରୁଷ ହେବ।
Eksploroni ଆଦି ପୁସ୍ତକ 17:4
5
ଆଦି ପୁସ୍ତକ 17:19
ସେତେବେଳେ ପରମେଶ୍ଵର କହିଲେ, ତୁମ୍ଭର ଭାର୍ଯ୍ୟା ସାରା ତୁମ୍ଭ ନିମନ୍ତେ ନିଶ୍ଚୟ ପୁତ୍ର ପ୍ରସବ କରିବ, ପୁଣି ତୁମ୍ଭେ ତାହାର ନାମ ଇସ୍ହାକ ରଖିବ, ପୁଣି ଆମ୍ଭେ ତାହା ସହିତ ଆପଣା ନିୟମ ସ୍ଥିର କରିବା; ତାହା ତାହାର ଭବିଷ୍ୟତ ବଂଶ ପକ୍ଷରେ ଚିରସ୍ଥାୟୀ ନିୟମ ହେବ।
Eksploroni ଆଦି ପୁସ୍ତକ 17:19
6
ଆଦି ପୁସ୍ତକ 17:8
ପୁଣି ତୁମ୍ଭେ ଏବେ ଏହି ଯେଉଁ କିଣାନ ଦେଶରେ ପ୍ରବାସ କରୁଅଛ, ତହିଁର ସମୁଦାୟ ଆମ୍ଭେ ତୁମ୍ଭକୁ ଓ ତୁମ୍ଭର ଭବିଷ୍ୟତ ବଂଶକୁ ଅନନ୍ତକାଳୀନ ଅଧିକାର ନିମନ୍ତେ ଦେବା ଓ ଆମ୍ଭେ ସେମାନଙ୍କର ପରମେଶ୍ଵର ହେବା।
Eksploroni ଆଦି ପୁସ୍ତକ 17:8
7
ଆଦି ପୁସ୍ତକ 17:17
ସେତେବେଳେ ଅବ୍ରହାମ ମୁହଁ ମାଡ଼ି ପଡ଼ି ହସିଲେ, ପୁଣି ମନେ ମନେ କହିଲେ, ପୁରୁଷର ଶହେ ବର୍ଷ ବୟସରେ କି ସନ୍ତାନ ଜାତ ହେବ? ନବେ ବର୍ଷ ବୟସ୍କା ସାରା କି ପ୍ରସବ କରିବ?
Eksploroni ଆଦି ପୁସ୍ତକ 17:17
8
ଆଦି ପୁସ୍ତକ 17:15
ତହିଁ ଉତ୍ତାରୁ ପରମେଶ୍ଵର ଅବ୍ରହାମଙ୍କୁ କହିଲେ, ତୁମ୍ଭେ ଆପଣା ଭାର୍ଯ୍ୟା ସାରୀକି ଆଉ ସାରୀ (କୁଳୀନା) ବୋଲି ଡାକ ନାହିଁ; ତାହାର ନାମ ସାରା (ରାଣୀ) ହେଲା।
Eksploroni ଆଦି ପୁସ୍ତକ 17:15
9
ଆଦି ପୁସ୍ତକ 17:11
ତୁମ୍ଭେମାନେ ଆପଣା ଆପଣାର ଲିଙ୍ଗାଗ୍ର ଚର୍ମ ଛେଦନ କରିବ; ଆଉ ତାହା ତୁମ୍ଭମାନଙ୍କ ସହିତ ଆମ୍ଭ ନିୟମର ଚିହ୍ନ ହେବ।
Eksploroni ଆଦି ପୁସ୍ତକ 17:11
10
ଆଦି ପୁସ୍ତକ 17:21
ମାତ୍ର ଆଗାମୀ ବର୍ଷର ଏହି ସମୟରେ ସାରାର ଗର୍ଭରୁ ଯେଉଁ ଇସ୍ହାକ ଜନ୍ମିବ, ତାହା ସହିତ ଆମ୍ଭେ ଆପଣା ନିୟମ ସ୍ଥିର କରିବା।
Eksploroni ଆଦି ପୁସ୍ତକ 17:21
11
ଆଦି ପୁସ୍ତକ 17:12-13
ପୁରୁଷାନୁକ୍ରମେ ତୁମ୍ଭମାନଙ୍କ ପ୍ରତ୍ୟେକ ପୁତ୍ର ସନ୍ତାନର ଆଠ ଦିନ ବୟସରେ ସୁନ୍ନତ ହେବ। ପୁଣି ଯେଉଁମାନେ ତୁମ୍ଭର ବଂଶ ନୁହନ୍ତି, ଏପରି ବିଦେଶୀୟ ଯେଉଁ ଲୋକ ତୁମ୍ଭ ଗୃହରେ ଜାତ ଅଥବା ମୂଲ୍ୟରେ କ୍ରୀତ ହୁଏ, ତାହାର ମଧ୍ୟ ସୁନ୍ନତ ହେବ। ପୁଣି ତୁମ୍ଭର ଗୃହଜାତ ଅଥବା ମୂଲ୍ୟକ୍ରୀତ ଲୋକର ସୁନ୍ନତ ଅବଶ୍ୟ କର୍ତ୍ତବ୍ୟ; ତହିଁରେ ଅନନ୍ତକାଳ ନିମିତ୍ତ ତୁମ୍ଭମାନଙ୍କ ମାଂସରେ ଆମ୍ଭ ନିୟମର ଚିହ୍ନ ଥିବ।
Eksploroni ଆଦି ପୁସ୍ତକ 17:12-13
Kreu
Bibla
Plane
Video