Biểu trưng YouVersion
Biểu tượng Tìm kiếm

ଯୋହନ୍ 13

13
ଯୀଶୁ ତାର୍ ଚେଲାମ୍‌ନ୍‌କାର୍ ହାଦ୍ ଦଇଲା
1ନିସ୍ତାର୍ ହ୍‌ର୍‌ବାର୍ ଗଟେଦିନ୍ ଆଗ୍‍ତୁ ଯୀଶୁ ଜାନ୍‌ଲା, ଯେ ସେ ଇ ହୁର୍‌ତିବିକେ ଚାଡି ତାର୍ ଉବାସି ଇଶ୍ଵରାର୍ ଲ୍‌ଗେ ଜାତାର୍ ସମୟ୍ ଅଇଲିଆଚେ, ହୁର୍‌ତିବି ତ୍‌ଇ ରିଲାର୍ ତାର୍ ବିଶ୍‍ବାସିମ୍‌ନ୍‌କେ ସେ ସ୍‌ବୁବ୍‌ଳ୍ ଲାଡ୍ କ୍‌ର୍‌ତିରିଲା, ଆର୍ ସେ ସେମ୍‍ନ୍‍‍କେ ତାର୍ ଜୀବନାର୍ ସ୍‌ରାସ୍‌ରି ହ୍‍ତେକ୍ ଲାଡ୍ କ୍‌ରିରିଲା। 2ଆର୍ ସେଦିନ୍ ରାତିବ୍‌ଳ୍ ଯୀଶୁ ଆର୍ ତାର୍ ଚେଲାମ୍‌ନ୍ କାଦି କାମ୍‌କେ ବ୍‍ସିରିଲାଇ। ଯୀଶୁକେ ଶ୍‍ତ୍‍ରୁ ଆତେ ଦ୍‍ରାଇ ଦେମ୍‌କେ ଶିମୋନାର୍ ହଇସି ଇଷ୍କାରିୟତ୍ ଯିହୁଦାର୍ ବିତ୍‌ରେ ଶଇତାନ୍ ଆଗ୍‍ତୁ ହ୍‌କା ହୁରିରିଲି। 3ଯୀଶୁ ଜାଣିରିଲା, ଯେ ଉବା ଇଶ୍ୱର୍‌ ତାକେ ସ୍‍ବୁ ଅଦିକାର୍ ଦିଲାଆଚେ, ସେ ଇଶ୍ଵରାର୍ ତ୍ଇହ୍‍ଣି ଆସିଆଚେ। ଆରେକ୍‌ ତାର୍ ଲ୍‌ଗେ ଲେଉଟି ଜାଇଦ୍ ବ୍‍ଲି। 4ଜ୍‌ଡେବ୍‌ଳ୍ ସ୍‍ବୁ ଲକ୍‍ମ୍‍ନ୍ ମିଶି କାତି ରିଲାଇ, ସେଡେବ୍‍ଳ୍ ଯୀଶୁ ବ୍‍ସ୍‍ଲା ଟାଣେ ହ୍‍ଣି ଉଟିକ୍‍ରି ସେ ଉହ୍‍ରେ ଗୁଳିଆଇ ଅଇରିଲା ହ୍‍ଚିଆ ବେଟ୍‍ଲା, ଆର୍ ତାର୍ ଅଟାଇ ବାନ୍ଦ୍‌ଲା। 5ତାର୍ ହ୍‌ଚେ ସେ ମତାଇ ହାଣି ଦ୍‍କିକ୍‍ରି ଚେଲାମ୍‌ନ୍‌କାର୍ ହାଦ୍ ଦ୍‍ମ୍‍କେ ଦ୍‍ର୍‍ଲା, ଆର୍ ହ୍‍ଚିଆଇ ହାଦ୍ ମ୍‌ନ୍‌କେ ହୁଚି ଦେତିରିଲା। 6ଜ୍‌ଡେବ୍‌ଳ୍ ଯୀଶୁ ଶିମୋନ୍ ପିତର୍ ଲ୍‌ଗେ ଆଇଲା, ସେ ଯୀଶୁକେ ହ୍‌ଚାର୍‌ଲା, “ମାପ୍‌ରୁ ତୁଇ କାଇରି ମର୍ ହାଦ୍ ଦଇଦେଶି?” 7ଯୀଶୁ କଇଲା, “ମୁଇ କାଇରି କ୍‌ରୁଲେ ସେରି ତୁମିମ୍‍ନ୍ ଅବେ ବୁଜୁ ନାହାରାସ୍ ହ୍‌ଚେ ବୁଜାସ୍।” 8ପିତର୍ ତାକେ କଇଲା, “ନାଇ ତୁଇ କ୍‌ବେ ମର୍ ହାଦ୍ ଦ୍‌ଇ ଦେମ୍‍ ନାହାର୍‌ସି।” ମ୍‍ତର୍ ଯୀଶୁ କଇଲା, “ଯଦି ମୁଇ ତର୍ ହାଦ୍ ଦୟ୍ ନ୍‍ଦେଇଦ୍ ତ୍‍ବେ ତୁଇ ମର୍ ଚେଲା ଅମ୍ ନାହାର୍‌ସି।” 9ଶିମୋନ୍ ପିତର୍ ଉତର୍‍ଦିଲା, “ମର୍ ହାଦ୍ ନଇ ମ୍‍ତର୍ ମର୍ ଆତ୍ ଆର୍ ମୁଣ୍ତ୍ ହେଁ ଦ୍‌ଇଦେ।” 10ଯୀଶୁ କଇଲା, “ଯେ ଗ୍‌ଦାଇ ଆଚେ ସେ ଆରେକ୍‌ ଗ୍‌ଦାଉତା ଦ୍‌ର୍‌କାର୍, ତାର୍ ଆତ୍ ଦ୍‍ଉତାର୍ ଲଡା, କାଇତାକ୍ ସେମ୍‍ନ୍‍କାର୍ ଗ୍‌ଗାଳ୍ ହ୍‍ର୍‍ଚାଳ୍ ଅଇଲିଆଚେ, ଗଟେଲକ୍‌କେ ଚାଡି ତୁମି ସ୍‍ବୁ ହ୍‍ର୍‍ଚାଳ୍ ଅଇଆଚାସ୍।” 11ଯୀଶୁ ଜାଣିରିଲା, କେ ତାକେ ଶ୍‌ତ୍‍ରୁର୍ ଆତେ ଦ୍‍ରାଇ ଦେଇଦ୍ ସେତାର୍‍ଗିନେ ସେ ଇକ୍‍ତା କଇରିଲା, ଗଟେଲକ୍‌କେ ଚାଡି ତୁମି ସ୍‍ବୁ ଲକ୍‍ମ୍‍ନ୍ ହ୍‍ର୍‍ଚାଳ୍ ଅଇଆଚାସ୍।
12ଯୀଶୁ ଚେଲାମ୍‌ନ୍‌କାର୍, ହାଦ୍ ଦୟ୍ ସ୍‍ର୍‍ଲା ଆର୍ ସେ ବେଟିରିଲା ହ୍‍ଚିଆକେ ଆରେକ୍‌ ଗୁଳିଆଇ ଅଇ ତାର୍ ଟାଣେ ଜାଇକ୍‍ରି ବ୍‍ସ୍‍ଲା, ଯୀଶୁ ସେମ୍‍ନ୍‍‍କେ ହ୍‌ଚାର୍‌ଲା, ମୁଇ ତୁମୁକେ କାଇରି କ୍‌ଲେକ୍ ସେରି ବୁଜୁ ହାରାସ୍ କି? 13ତୁମିମ୍‍ନ୍ ମକେ ଗୁରୁ ଆର୍ ମାପ୍‌ରୁ ବ୍‍ଲି କୁଦୁଲାସ୍, ବ୍‍ଲ୍‌କ୍‍ତା ମୁଇ ସ୍‌ତ୍‌କ୍‌ରି ସେ। 14ତୁମାର୍ ଗୁରୁ ଆର୍ ମାପ୍‌ରୁ ଅଇ ଯଦି ମୁଇ ତୁମାର୍ ହାଦ୍ ଦୟ୍‌ଦିଲେ ତ୍‍ବେ ତୁମିମ୍‍ନ୍ ହେଁ ସେନ୍‍କ୍‌ରି ତୁମାର୍ ହାଦ୍‍କେ ଦ୍ଉତା ଲଡା। 15ତୁମିମ୍‍ନ୍ ମକେ ଦ୍‍କିକ୍‍ରି କାମ୍ କ୍‍ରା ବ୍‍ଲି ଇରି ମୁଇ କ୍‍ରି ଦ୍‍କାଇ ଆଚି।
16ମୁଇ ସ୍‌ତ୍ କ୍‌ମ୍‌ଲେ, ଗଟେକ୍ ଦାସ୍ ତାର୍ ସାଉକାର୍ ତ୍ଇହ୍‍ଣି ବ୍‍ଡ୍ଅଇ ନ୍‌କେରେ ଆର୍ ଗଟେକ୍ ହ୍‌ଟାଇଲା ଚେଲା ସେ ହ୍‌ଟାଇରିଲା ଲକାର୍‌ ତ୍ଇହ୍‍ଣି ବ୍‍ଡ୍‍ନଇ। 17ଯଦି ତୁମିମ୍‍ନ୍ ଇ ସ୍‌ତ୍‌କେ ଜାଣା ଆର୍ ସେହର୍ କାମ୍ କ୍‍ରା ତ୍‍ବେ ତୁମିମ୍‍ନ୍ ଦନ୍ୟ। 18ତୁମି ସ୍‍ବୁଲକାର୍‌ ବିଷୟେ ମୁଇ ଇକ୍‍ତା ନ୍‍କ୍‍ମ୍‍ଲେ, କାଇତାକ୍ ଜ୍‌ତେକ୍ ସ୍‍ବୁ ଲକ୍‌ମ୍‍ନ୍‌କେ ମୁଇ ବାଚିଆଚି ସେରି ମୁଇ ଜାଣି। ମ୍‍ତର୍ ଦ୍‌ର୍‌ମ୍ ଶାସ୍‌ତରାର୍ ଇ ବାକ୍ୟ ହୁରାଅଇଦ୍, ଯେ ମର୍ କାଦି କାଇଲା ଆଚେ ସେ ହ୍‌କା ମକେ ବିରଦ୍ କ୍‍ରେଦ୍। 19ଇ ସ୍‌ବୁ ଗଟ୍‍ତା ଆଗ୍‍ତୁ ମୁଇ ତୁମୁକେ ଜାଣାମ୍‌ଲେ, ଜ୍‌ଡେବ୍‌ଳ୍ ଇ ସ୍‌ବୁ ଗଟେଦ୍ ସେଡେବ୍‍ଳ୍ ତୁମିମ୍‍ନ୍ ମକେ ମସିହା ବ୍‌ଲି ବିଶ୍‍ବାସ୍ କ୍‍ରାସ୍। 20ସ୍‌ତ୍ ସ୍‌ତ୍ ମୁଇ ତୁମୁକେ କ୍‌ମ୍‌ଲେ, ଯେ ମକେ ହ୍‌ଟାଇରିଲା ଇଶ୍ୱର୍‌‍କେ ମ୍‍ନ୍‍କ୍‌ରେଦ୍, ସେ ମକେ ମ୍‍ନ୍‍କ୍‌ରେଦ୍, ଆରେକ୍‌ ଯେ ମକେ ମ୍‍ନ୍‍କ୍‌ରେଦ୍, ସେ ମକେ ହ୍‌ଟାଇରିଲା ଇଶ୍ଵର୍‍କେ ମ୍‍ନ୍‍କ୍‌ରେଦ୍।
21ଯୀଶୁ ଇରି କଇଲା ହ୍‌ଚେ, ସେ ମ୍‌ନ୍ ବିତ୍‌ରେ ଦୁକ୍ ଅଇଲା। ଆରେକ୍‌ ସେ ସାକି ଦେଇକ୍‍ରି କଇଲା, “ସ୍‌ତ୍‌କ୍‌ରି ମୁଇ ତୁମୁକ୍‌ମ୍‌ନ୍ କ୍‌ମ୍‌ଲେ, ତୁମାର୍‌ମ୍‌ନ୍‌କାର୍ ତ୍ଇହ୍‍ଣି ଗଟେଲକ୍ ମକେ ଶ୍‌ତ୍‍ରୁର୍ ଆତେ ସ୍‌ହ୍‌ରି ଦେମ୍‌କେ ଜ୍‍ମ୍‍ଲା।” 22ଯୀଶୁ କାକେ ଦ୍‌କାଇକ୍‌ରି ଇକ୍‍ତା କଇଲା ବ୍‍ଲି ଚେଲାମ୍‌ନ୍ ବୁଜୁ ନ୍‌ହାର୍‍ଲାଇ, ଆର୍ ସେମ୍‍ନ୍ ତାକାର୍ ତାକାର୍ ବିତ୍‌ରେ ଦ୍‌କାଦ୍‌କି ଅଇଲାଇ। 23ସେମ୍‍ନ୍‍କାର୍ ବିତ୍‌ରେ ଜୁଇ ଚେଲାକେ ସେ ବେସି ବ୍‍ଲ୍ ହାଉତି ରିଲା, ସେ ଚେଲା ଯୀଶୁର୍ ଲ୍‌ଗେ ବ୍‍ସିରିଲା। 24ଶିମୋନ୍ ପିତର୍ ତାକେ ଆତ୍ ସାକ୍ୟା କ୍‍ରି କଇଲା, “ଯୀଶୁ କାର୍ ବିଷୟ୍ କ୍‌ମ୍‌ଲା ତାକେ ହ୍‌ଚାର୍।” 25ସେ ଚେଲା ଯୀଶୁର୍ ବାଟ୍ ଡେରାଇ ଅଇଲା ଆର୍ ହ୍‌ଚାର୍‌ଲା, “ମାପ୍‌ରୁ, ସେ କେ?” 26ଯୀଶୁ ଉତର୍‍ଦିଲା, “ରୁଟିକେ ବୁଡାଇ କ୍‍ରି ଜାକେ ମୁଇ ଦେଇନ୍ଦ୍, ସେ ହ୍‌କା ସେ ମାନାଇ।” ଅନ୍‌କ୍‌ରି କ୍‌ଇକ୍‍ରି ଯୀଶୁ କ୍‌ଣ୍ତେକ୍ ରୁଟିକେ ବୁଡାଇ କ୍‍ରି ଶିମୋନାର୍ ହଇସି ଇଷ୍କାରିୟତ୍ ଯିହୁଦାକେ ଦିଲା। 27ଯିହୁଦା ସେ ରୁଟିକେ କାଇଲା ଦାହ୍‍ରେ ଶଇତାନ୍ ତାର୍ ହୁର୍‍ଦୟେ ହୁର୍‍ଲି, ଯୀଶୁ ତାକେ କଇଲା, “ଜୁଇରି କ୍‌ରୁକେ ଜ୍‍ମ୍‍ଲିସ୍ ସେରି ବେଗିକ୍‍ର୍।” 28ଯୀଶୁ ତାକେ ଇକ୍‍ତା କାଇତାକ୍ କଇଲା, କାଦି କାମ୍‌କେ ବ୍‍ସିରିଲା ଚେଲାମ୍‌ନ୍ ହେଁ ବୁଜୁ ନ୍‌ହାର୍‍ଲାଇ। 29ଯିହୁଦା ଡାବୁ ସ୍‍ଙ୍ଗାଉତି ରିଲା ଲାଗି ହ୍‌ରବ୍ ବ୍‍ଳ୍ ଜିନିଷ୍ ଗେନୁକେ କି ଗ୍‌ରିବ୍ ଲକ୍‌ମ୍‍ନ୍‌କେ ଦାନ୍ ଦେମ୍‌କେ କାଇରି ଗେନୁକେ ରେଇଦ୍ ଲାଗି ଯୀଶୁ ତାକେ କ୍ଇ ରେଇଦ୍ ବ୍‍ଲି ବିନ୍‌ସ୍‌ବୁ ଚେଲାମ୍‌ନ୍ ବାବ୍‍ଲାଇ।
ଯୀଶୁର୍ ନ୍ଉଆ ଆଦେଶ୍
30ରୁଟି କାଇଲା ଦାହ୍‍ରେ ଯିହୁଦା ହ୍‍ଦାଇ ବାର୍‍ଲା, ସେଡେବ୍‍ଳ୍ ରାତି ଅଇରିଲି।
31ଯିହୁଦା ଗ୍‍ଲାହ୍‌ଚେ ଯୀଶୁ କଇଲା, “ଅବେ ମୁଇ ମାନାଇ ହିଲା ମଇମା ହାଉତାର୍ ସମୟ୍ ଆଇଲି, ତାର୍ ଗିନେ ଇଶ୍ୱର୍‌ ହେଁ ମଇମା ହାଇଦ୍। 32ଯଦି ଇଶ୍ୱର୍‌ ମାନାଇ ହିଲାର୍ ଲାଗି ମଇମା ହାଇଦ୍, ତ୍‍ବେ ଇଶ୍ୱର୍‌ ହେଁ ତାର୍ ମଇମା ତ୍‌ଇ ମୁଇ ମାନାଇ ହିଲାକେ ମଇମା କ୍‍ରେଦ୍, ଇରି ସେ ଦାହ୍‍ରେ କ୍‌ରୁକେ ଜ୍‍ମ୍‍ଲା। 33ହିଲାମ୍‍ନ୍ ମୁଇ ତୁମାର୍ ସ୍‌ଙ୍ଗେ ଆରେକ୍‌ ବେସିଦିନ୍‌ ନ୍‌ରେଇ, ତୁମିମ୍‍ନ୍ ମକେ କଜାସ୍, ମ୍‍ତର୍ ମୁଇ ଜୁଇ ଜାଗାଇ ଜ୍‍ମ୍‍ଲେ ତୁମିମ୍‍ନ୍ ସେ ଜାଗାଇ ଜ୍‌ମ୍ ନାହାରାସ୍, ଅନ୍‌କ୍‌ରି ମୁଇ ଯିହୁଦି ନେତାମ୍‍ନ୍‌କେ ହେଁ କଇରିଲେ ଆର୍ ଅବେ ତୁମୁକେ ଆରେକ୍‌ କ୍‌ମ୍‌ଲେ। 34ଅବେ ତୁମୁକେ ମୁଇ ଗଟେକ୍ ନ୍ଉଆ ଆଦେଶ୍ ଦେମ୍‍ଲେ, ଗଟେଲକ୍ ଆର୍ ଗଟେଲକ୍‌କେ ଲାଡ୍‌କ୍‌ରା, ମୁଇ ତୁମୁକେ ଜ୍‌ନ୍‌କ୍‌ରି ଲାଡ୍ କ୍‌ରୁଲେ, ତୁମିମ୍‍ନ୍ ହେଁ ସେନ୍‍କ୍‌ରି ତୁମାର୍ ତୁମାର୍ ବିତ୍‌ରେ ଲାଡ୍ କ୍‌ରାକ୍‌ରି ଅଉଆ। 35ଯଦି ତୁମିମ୍‍ନ୍ ତୁମାର୍ ତୁମାର୍ ବିତ୍‌ରେ ଲାଡ୍ କ୍‌ରାକ୍‌ରି ଅମ୍‍ଲାସ୍ ତ୍‍ବେ ସ୍‍ବୁ ଲକ୍‍ମ୍‍ନ୍ ଜାଣ୍‌ତି ଯେ ତୁମିମ୍‍ନ୍ ମର୍ ଚେଲାବ୍‍ଲି।”
ପିତର୍ ଯୀଶୁକେ ନ୍‍ଜାଣିବ୍‍ଲି କଇଲା
36ଶିମୋନ୍ ପିତର୍ ହ୍‌ଚାର୍‌ଲା, “ମାପ୍‌ରୁ ତୁଇ କ୍ଇଜାସି?” ଯୀଶୁ ଉତର୍‍ଦିଲା, “ମୁଇ ଜୁଇତି ଜ୍‍ମ୍‍ଲେ ସେତିକେ ତୁଇ ଅବେ ଜ୍‌ମ୍ ନାହାର୍‌ସି, ମ୍‍ତର୍ ହ୍‌ଚେ ଜ୍‌ମ୍ ହାର୍‌ସି।” 37ପିତର୍ କଇଲା, “ମାପ୍‌ରୁ କାଇତାକ୍ ଅବେ ମୁଇ ତର୍‍ସ୍‍ଙ୍ଗ୍ ଆସୁ ନାହାରୁ? ମୁଇ ତର୍‍ଗିନେ ମ୍‌ରୁକେ ହେଁ ତିଆର୍ ଅଇଲେଆଚି।” 38ଯୀଶୁ କଇଲା, “ତୁଇ ସ୍‌ତ୍‌କ୍‌ରି ମର୍‌ଗିନେ ମ୍‌ରୁକେ ତିଆର୍ ଅଇ ଆଚ୍‍ସି କି? ମୁଇ ତକେ କ୍‌ମ୍‌ଲେ, ଆଜି ରାତି କୁକ୍‍ଳା ବାସି ନ୍‌କେର୍‌ତା ଆଗେ ତୁଇମକେ ତିନିତର୍ ନ୍‍ଜାଣିବ୍‍ଲି କ୍ଉସି।”

Tô màu

Chia sẻ

Sao chép

None

Bạn muốn lưu những tô màu trên tất cả các thiết bị của mình? Đăng ký hoặc đăng nhập