1
ଲୂକ 23:34
ପବିତ୍ର ବାଇବଲ (CL) NT (BSI)
ଯୀଶୁ କହିଲେ, “ପିତା! ସେମାନଙ୍କୁ କ୍ଷମା କର, କାରଣ ସେମାନେ କ’ଣ କରୁଛନ୍ତି ଜାଣନ୍ତି ନାହିଁ।” ସେମାନେ ଗୁଳି ବାଣ୍ଟ କରି ତାଙ୍କର ପୋଷାକ ଭାଗ କଲେ।
Compare
Explore ଲୂକ 23:34
2
ଲୂକ 23:43
ଯୀଶୁ ତାକୁ କହିଲେ, “ମୁଁ ତୁମକୁ ନିଶ୍ଚିତଭାବେ କହୁଛି, ଆଜି ତୁମେ ମୋ’ ସଙ୍ଗେ ସ୍ୱର୍ଗୋଦ୍ୟାନରେ ପ୍ରବେଶ କରିବ।”
Explore ଲୂକ 23:43
3
ଲୂକ 23:42
ପୁଣି ସେ ଯୀଶୁଙ୍କୁ କହିଲା, “ଯୀଶୁ, ଆପଣ ଯେତେବେଳେ ନିଜ ରାଜ୍ୟରେ ପ୍ରବେଶ କରିବେ, ଦୟା କରି ମୋତେ ସ୍ମରଣ କରିବେ।”
Explore ଲୂକ 23:42
4
ଲୂକ 23:46
ଯୀଶୁ ଉଚ୍ଚ ସ୍ୱରରେ ଚିକ୍ରାର କରି କହିଲେ, “ପିତା! ତୁମ ହାତରେ ମୁଁ ମୋର ଆତ୍ମାକୁ ସମର୍ପଣ କରୁଛି!” ସେ ଏହା କହି ପ୍ରାଣ ତ୍ୟାଗ କଲେ।
Explore ଲୂକ 23:46
5
ଲୂକ 23:33
ସେମାନେ ସମସ୍ତେ ‘ଖପୁରି ସ୍ଥାନ’ ନାମକ ସ୍ଥାନରେ ପହଞ୍ଚିବା ପରେ ଯୀଶୁଙ୍କୁ ସେଠାରେ କ୍ରୁଶବିଦ୍ଧ କରାଗଲା ଏବଂ ଦୁଇ ଜଣ ଅପରାଧୀମାନଙ୍କ ମଧ୍ୟରୁ ଜଣକୁ ତାଙ୍କର ଡ଼ାହାଣ ପାଖରେ ଓ ଅନ୍ୟ ଜଣକୁ ତାଙ୍କର ବାମ ପାଖରେ କ୍ରୁଶବିଦ୍ଧ କରାଗଲା।
Explore ଲୂକ 23:33
6
ଲୂକ 23:44-45
ପ୍ରାୟ ମଧ୍ୟାହ୍ନ ବାର ଘଣ୍ଟା ସମୟରେ ସୂର୍ଯ୍ୟର କିରଣ ନିସ୍ତେଜ ହେବାରୁ ସମଗ୍ର ଦେଶରେ ଅପରାହ୍ନ ତିନି ଘଣ୍ଟା ପର୍ଯ୍ୟନ୍ତ ଅନ୍ଧକାର ଘୋଟିଗଲା ଏବଂ ମନ୍ଦିରରେ ଝୁଲୁଥିବା ବିଚ୍ଛେଦ ପରଦା ଚିରି ଦୁଇ ଖଣ୍ଡ ହୋଇଗଲା।
Explore ଲୂକ 23:44-45
7
ଲୂକ 23:47
ସେନାଧ୍ୟକ୍ଷ ଏହି ଘଟଣା ଦେଖି ଈଶ୍ୱରଙ୍କ ପ୍ରଶଂସା କରି କହିଲେ, “ପ୍ରକୃତରେ ଏ ଜଣେ ମହାଧାର୍ମିକ ବ୍ୟକ୍ତି ଥିଲେ।”
Explore ଲୂକ 23:47
Home
Bible
Plans
Videos