ତା’ପରେ ସେମାନଙ୍କ ଆଖି ଖୋଲିଗଲା ଓ ସେମାନେ ତାଙ୍କୁ ଚିହ୍ନି ପାରିଲେ, କିନ୍ତୁ ସେ ସେହିକ୍ଷଣି ସେମାନଙ୍କ ଦୃଷ୍ଟିରୁ ଅନ୍ତର୍ହିତ ହେଲେ। ସେମାନେ ପରସ୍ପରକୁ କହିଲେ, “ପଥ ମଧ୍ୟରେ ସେ ଆମ ସହିତ କଥାବାର୍ତ୍ତା କରୁଥିବା ସମୟରେ ଓ ଧର୍ମଶାସ୍ତ୍ର ବୁଝାଉଥିବା ସମୟରେ ଆମ ମନରେ ନିଆଁ ଜଳିବା ପରି ଆମେ ଅନୁଭବ କରୁ ନ ଥିଲୁ କି?”