ତା’ପରେ ଶୟତାନ ତାଙ୍କୁ ଯିରୂଶାଲମକୁ ନେଇଗଲା ଓ ମନ୍ଦିରର ସର୍ବୋଚ୍ଚ ସ୍ଥାନରେ ତାଙ୍କୁ ଛିଡ଼ା କରାଇ କହିଲା, “ତୁମେ ଯଦି ଈଶ୍ୱରଙ୍କ ପୁତ୍ର, ତେବେ ଏହି ସ୍ଥାନରୁ ତଳକୁ ଡ଼େଇଁ ପଡ଼। କାରଣ ଧର୍ମଶାସ୍ତ୍ରରେ ଲେଖାଅଛି, ‘ଈଶ୍ୱର ତୁମର ଯତ୍ନ ନେବା ପାଇଁ ସ୍ୱର୍ଗଦୂତମାନଙ୍କୁ ଆଦେଶ ଦେବେ।’ ଆହୁରି ମଧ୍ୟ ଉଲ୍ଲେଖ ଅଛି, ‘ତୁମର ପାଦ ଯେପରି ପଥରରେ ଆଘାତ ନ ପାଏ, ସେଥିପାଇଁ ସେମାନେ ତୁମକୁ ସେମାନଙ୍କ ହାତରେ ତୋଳି ଧରିବେ’।”
କିନ୍ତୁ ଯୀଶୁ ଉତ୍ତର ଦେଲେ, “ଧର୍ମଶାସ୍ତ୍ରରେ ଲେଖାଅଛି, ‘ତୁମର ପ୍ରଭୁ ଈଶ୍ୱରଙ୍କୁ ପରୀକ୍ଷା କର ନାହିଁ’।”