1
ଲୂକ 5:4
ପବିତ୍ର ବାଇବଲ (CL) NT (BSI)
ଶିକ୍ଷା ଶେଷ କରିବା ପରେ ସେ ଶିମୋନଙ୍କୁ କହିଲେ, “ନୌକାଟିକୁ ଆହୁରି ଗଭୀର ଜଳକୁ ଠେଲି ନିଅ ଏବଂ ତୁମେ ଓ ତୁମର ବନ୍ଧୁମାନେ ମାଛ ଧରିବା ପାଇଁ ଜାଲ ପକାଅ।”
Compare
Explore ଲୂକ 5:4
2
ଲୂକ 5:5-6
ଶିମୋନ ଉତ୍ତର ଦେଲେ, “ଗୁରୁ, ଗତ ରାତିରେ ଆମେ ବହୁ ପରିଶ୍ରମ କଲୁ, କିନ୍ତୁ କିଛି ପାଇଲୁ ନାହିଁ। ତଥାପି ଆପଣ ଯଦି କହୁଛନ୍ତି, ତେବେ ମୁଁ ଜାଲ ପକାଇବି।” ସେମାନେ ଜାଲ ପକାଇଲେ ଓ ଏତେ ମାଛ ପଡ଼ିଲା ଯେ ଜାଲଟି ଛିଣ୍ଡିଯିବା ପରି ହେଲା।
Explore ଲୂକ 5:5-6
3
ଲୂକ 5:16
କିନ୍ତୁ ସେ ଅନେକ ସମୟରେ ନିର୍ଜ୍ଜନ ସ୍ଥାନମାନଙ୍କୁ ଯାଇ ପ୍ରାର୍ଥନାରେ ନିବିଷ୍ଟ ରହୁଥାଆନ୍ତି।
Explore ଲୂକ 5:16
4
ଲୂକ 5:32
ମୁଁ ଧାର୍ମିକମାନଙ୍କୁ ଆହ୍ୱାନ କରିବାକୁ ଆସି ନାହିଁ, ମନ ପରିବର୍ତ୍ତନ କରିବା ପାଇଁ ପାପୀମାନଙ୍କୁ ଆହ୍ୱାନ କରିବାକୁ ଆସିଚି।”
Explore ଲୂକ 5:32
5
ଲୂକ 5:8
ଏ ଘଟଣା ଦେଖି ଶିମୋନ ପିତର ଯୀଶୁଙ୍କ ଆଗରେ ଆଣ୍ଠୁପାତି କହିଲେ, “ପ୍ରଭୁ, ମୋ’ଠାରୁ ଚାଲିଯା’ନ୍ତୁ! ମୁଁ ଜଣେ ପାପୀ।”
Explore ଲୂକ 5:8
6
ଲୂକ 5:31
ଯୀଶୁ ସେମାନଙ୍କୁ ଉତ୍ତର ଦେଲେ, “ସୁସ୍ଥ ଲୋକମାନଙ୍କ ପାଇଁ ଚିକିତ୍ସକ ଅନାବଶ୍ୟକ, ଆବଶ୍ୟକ କେବଳ ଅସୁସ୍ଥମାନଙ୍କ ପାଇଁ।
Explore ଲୂକ 5:31
7
ଲୂକ 5:11
ସେମାନେ ନୌକାଗୁଡ଼ିକ ଟାଣି କୂଳରେ ଲଗାଇଲେ ଓ ସବୁ ପରିତ୍ୟାଗ କରି ଯୀଶୁଙ୍କ ଅନୁଗମନ କଲେ।
Explore ଲୂକ 5:11
8
ଲୂକ 5:12-13
ଥରେ ଯୀଶୁ ଗୋଟିଏ ସହରରେ ଥିବାବେଳେ, ଜଣେ କୁଷ୍ଠରୋଗୀ ତାଙ୍କ ଗୋଡ଼ ତଳେ ପଡ଼ି, ଅନୁନୟ କରି କହିଲା, “ମହାଶୟ, ଆପଣ ଚାହିଁଲେ ମୋତେ ସୁସ୍ଥ କରିପାରିବେ।” ଯୀଶୁ ହାତ ବଢ଼ାଇ ତାକୁ ସ୍ପର୍ଶ କଲେ ଓ କହିଲେ, “ମୁଁ ଚାହେଁ, ତୁମେ ସୁସ୍ଥ ହୁଅ!” ସେହି ମୁହୂର୍ତ୍ତରେ ଲୋକଟି ରୋଗ ମୁକ୍ତ ହେଲା।
Explore ଲୂକ 5:12-13
9
ଲୂକ 5:15
କିନ୍ତୁ ଯୀଶୁଙ୍କ କାର୍ଯ୍ୟକଳାପର ସମ୍ବାଦ ଆହୁରି ବ୍ୟାପିଗଲା ଏବଂ ବହୁସଂଖ୍ୟକ ଲୋକ ତାଙ୍କ କଥା ଶୁଣିବା ପାଇଁ ଓ ରୋଗ ମୁକ୍ତ ହେବା ପାଇଁ ତାଙ୍କ ନିକଟକୁ ଆସିଲେ।
Explore ଲୂକ 5:15
Home
Bible
Plans
Videos