“କିନ୍ତୁ ଶୁଣ, ମୁଁ କହୁଛି, ତୁମର ଶତ୍ରୁକୁ ପ୍ରେମ କର। ଯେଉଁମାନେ ତୁମକୁ ଘୃଣା କରନ୍ତି, ସେମାନଙ୍କର ମଙ୍ଗଳ କର। ଯେଉଁମାନେ ତୁମକୁ ଅଭିଶାପ ଦିଅନ୍ତି, ସେମାନଙ୍କୁ ଆଶୀର୍ବାଦ କର ଓ ଯେଉଁମାନେ ତୁମ ପ୍ରତି ଦୁର୍ବ୍ୟବହାର କରନ୍ତି, ସେମାନଙ୍କ ନିମନ୍ତେ ପ୍ରାର୍ଥନା କର। ଯଦି କେହି ତୁମର ଗୋଟିଏ ଗାଲରେ ମାରେ, ତେବେ ତାକୁ ଅନ୍ୟ ଗାଲଟି ମଧ୍ୟ ଦେଖାଇ ଦିଅ।