„YouVersion“ logotipas
BiblijaPlanaiVaizdo įrašai
Gaukite programėlę
Kalbos parinkiklis
Paieškos piktograma

Populiarios Biblijos eilutės iš ମାଥିଉଲିଖିତ ସୁସମାଚାର 6

1

ମାଥିଉଲିଖିତ ସୁସମାଚାର 6:33

ପବିତ୍ର ବାଇବଲ (CL) NT (BSI)

ODCLBSI

“ବରଂ ଈଶ୍ୱରଙ୍କ ରାଜ୍ୟ ବିଷୟ ଏବଂ ଈଶ୍ୱର ତୁମଠାରୁ କ’ଣ ଚାହାନ୍ତି, ଏ କଥା ତୁମ ମନରେ ପ୍ରଥମ ସ୍ଥାନ ଦିଅ। ତାହାହେଲେ ସେ ତୁମକୁ ଅନ୍ୟ ସମସ୍ତ ବିଷୟ ଯୋଗାଇ ଦେବେ।

Palyginti

Naršyti ମାଥିଉଲିଖିତ ସୁସମାଚାର 6:33

2

ମାଥିଉଲିଖିତ ସୁସମାଚାର 6:34

ପବିତ୍ର ବାଇବଲ (CL) NT (BSI)

ODCLBSI

ଅତଏବ ଆସନ୍ତା କାଲି ପାଇଁ ବ୍ୟସ୍ତ ହୁଅ ନାହିଁ। କାଲିର ଚିନ୍ତା କାଲି କରିବ। ଆସନ୍ତା କାଲି ବିଷୟରେ ଚିନ୍ତା କରି ଆଜିର ବ୍ୟସ୍ତତାକୁ ବଢ଼ାଇ ଦିଅ ନାହିଁ।

Palyginti

Naršyti ମାଥିଉଲିଖିତ ସୁସମାଚାର 6:34

3

ମାଥିଉଲିଖିତ ସୁସମାଚାର 6:25

ପବିତ୍ର ବାଇବଲ (CL) NT (BSI)

ODCLBSI

“ଅତଏବ ମୁଁ କହୁଛି, ଜୀବନ ଧାରଣ ନିମନ୍ତେ ଆବଶ୍ୟକୀୟ ଆହାର ଓ ପାନୀୟ ଓ ପିନ୍ଧିବା ଲାଗି ଆବଶ୍ୟକୀୟ ବସ୍ତ୍ର ପାଇଁ ବ୍ୟସ୍ତ ହୁଅ ନାହିଁ। ଖାଦ୍ୟପଦାର୍ଥଠାରୁ ଜୀବନ କ’ଣ ଅଧିକ ମୂଲ୍ୟବାନ ନୁହେଁ? ପୋଷାକପତ୍ରଠାରୁ ଶରୀର କ’ଣ ଅଧିକ ମୂଲ୍ୟବାନ ନୁହେଁ?

Palyginti

Naršyti ମାଥିଉଲିଖିତ ସୁସମାଚାର 6:25

4

ମାଥିଉଲିଖିତ ସୁସମାଚାର 6:6

ପବିତ୍ର ବାଇବଲ (CL) NT (BSI)

ODCLBSI

“କିନ୍ତୁ ତୁମେ ପ୍ରାର୍ଥନା କରିବା ପାଇଁ ନିଜ କୋଠରୀ ଭିତରକୁ ଯାଅ, କବାଟ ବନ୍ଦ କରିଦିଅ ଓ ତୁମ ଅଦୃଶ୍ୟ ପିତା ଈଶ୍ୱରଙ୍କୁ ପ୍ରାର୍ଥନା କର। ତୁମେ ଗୋପନରେ ଯାହା କରିବ, ସର୍ବଦର୍ଶୀ ପିତା ଈଶ୍ୱର ତାହା ଦେଖି ତୁମକୁ ପୁରସ୍କାର ଦେବେ।

Palyginti

Naršyti ମାଥିଉଲିଖିତ ସୁସମାଚାର 6:6

5

ମାଥିଉଲିଖିତ ସୁସମାଚାର 6:9-10

ପବିତ୍ର ବାଇବଲ (CL) NT (BSI)

ODCLBSI

ଏଣୁ ଏହିପରି ପ୍ରାର୍ଥନା କରିବା ତୁମ୍ଭମାନଙ୍କର ଉଚିତ୍: ‘ହେ ଆମର ସ୍ୱର୍ଗସ୍ଥ ପିତା, ତୁମର ପବିତ୍ର ନାମ ସମ୍ମାନିତ ହେଉ। ତୁମର ରାଜ୍ୟ ପ୍ରତିଷ୍ଠିତ ହେଉ। ତୁମର ଇଚ୍ଛା ସ୍ୱର୍ଗରେ ଯେପରି, ଏହି ପୃଥିବୀରେ ମଧ୍ୟ ସେପରି ସଫଳ ହେଉ।

Palyginti

Naršyti ମାଥିଉଲିଖିତ ସୁସମାଚାର 6:9-10

6

ମାଥିଉଲିଖିତ ସୁସମାଚାର 6:11

ପବିତ୍ର ବାଇବଲ (CL) NT (BSI)

ODCLBSI

ଆଜି ଆମକୁ ପ୍ରୟୋଜନୀୟ ଆହାର ଦିଅ।

Palyginti

Naršyti ମାଥିଉଲିଖିତ ସୁସମାଚାର 6:11

7

ମାଥିଉଲିଖିତ ସୁସମାଚାର 6:12

ପବିତ୍ର ବାଇବଲ (CL) NT (BSI)

ODCLBSI

ଆମ ବିରୁଦ୍ଧରେ ଦୋଷ କରିଥିବା ଲୋକମାନଙ୍କୁ ଆମେ ଯେପରି କ୍ଷମା କରୁ, ସେପରି ଆମର ଦୋଷ ସବୁ କ୍ଷମା କର।

Palyginti

Naršyti ମାଥିଉଲିଖିତ ସୁସମାଚାର 6:12

8

ମାଥିଉଲିଖିତ ସୁସମାଚାର 6:13

ପବିତ୍ର ବାଇବଲ (CL) NT (BSI)

ODCLBSI

ଆମକୁ କଠିନ ପରୀକ୍ଷାର ସମ୍ମୁଖୀନ ହେବାକୁ ଦିଅ ନାହିଁ। ମନ୍ଦ ଶକ୍ତିର କବଳରୁ ଆମକୁ ରକ୍ଷା କର। (କାରଣ ରାଜତ୍ୱ, ପରାକ୍ରମ, ଗୌରବ ଯୁଗେ ଯୁଗେ ତୁମର, ଆମେନ୍।)

Palyginti

Naršyti ମାଥିଉଲିଖିତ ସୁସମାଚାର 6:13

9

ମାଥିଉଲିଖିତ ସୁସମାଚାର 6:14

ପବିତ୍ର ବାଇବଲ (CL) NT (BSI)

ODCLBSI

“ତୁମ ବିରୁଦ୍ଧରେ ଦୋଷ କରିଥିବା ଅନ୍ୟମାନଙ୍କୁ ଯଦି ତୁମେ କ୍ଷମା କର, ପିତା ଈଶ୍ୱର ମଧ୍ୟ ତୁମମାନଙ୍କୁ କ୍ଷମା କରିବେ।

Palyginti

Naršyti ମାଥିଉଲିଖିତ ସୁସମାଚାର 6:14

10

ମାଥିଉଲିଖିତ ସୁସମାଚାର 6:26

ପବିତ୍ର ବାଇବଲ (CL) NT (BSI)

ODCLBSI

“ଉଡ଼ନ୍ତା ପକ୍ଷୀମାନଙ୍କୁ ଲକ୍ଷ୍ୟ କର। ସେମାନେ ବିହନ ବୁଣନ୍ତି ନାହିଁ। ଫସଲ ଅମଳ କରି ଗୋଲାରେ ସଞ୍ଚୟ କରନ୍ତି ନାହିଁ। ତଥାପି ପିତା ଈଶ୍ୱର ସେମାନଙ୍କ ଯତ୍ନ ନେଇ ଖାଦ୍ୟ ଯୋଗାନ୍ତି। ତୁମ୍ଭେମାନେ କ’ଣ ପକ୍ଷୀମାନଙ୍କଠାରୁ ଅଧିକ ମୂଲ୍ୟବାନ୍ ନୁହଁ?

Palyginti

Naršyti ମାଥିଉଲିଖିତ ସୁସମାଚାର 6:26

11

ମାଥିଉଲିଖିତ ସୁସମାଚାର 6:19-21

ପବିତ୍ର ବାଇବଲ (CL) NT (BSI)

ODCLBSI

“ଏହି ପୃଥିବୀରେ ନିଜ ପାଇଁ ଧନ ସଞ୍ଚୟ କର ନାହିଁ। ଏଠାରେ ଘୂଣ ଲାଗି, କଳଙ୍କ ଧରି ସଞ୍ଚିତ ଧନ ନଷ୍ଟ ହୁଏ, କିମ୍ବା ଚୋରମାନେ ସିନ୍ଧି କରି ଚୋରି କରନ୍ତି। ବରଂ ସ୍ୱର୍ଗରେ ତୁମ ପାଇଁ ଧନ ସଞ୍ଚୟ କର। ସେଠାରେ ଘୂଣ ବା କଳଙ୍କ କିଛି କ୍ଷତି କରି ପାରିବ ନାହିଁ କିମ୍ବା ଚୋରମାନେ ପଶି ଧନ ଲୁଟି ନେଇପାରିବେ ନାହିଁ। ସାବଧାନ! ତୁମ ଧନ ପାଖେହିଁ ତୁମ ମନ ରହିଥାଏ।

Palyginti

Naršyti ମାଥିଉଲିଖିତ ସୁସମାଚାର 6:19-21

12

ମାଥିଉଲିଖିତ ସୁସମାଚାର 6:24

ପବିତ୍ର ବାଇବଲ (CL) NT (BSI)

ODCLBSI

“ଜଣେ ଲୋକ ଦୁଇଜଣ ମାଲିକଙ୍କର କ୍ରୀତଦାସ ହୋଇ ପାରିବ ନାହିଁ। ସେ ଜଣକୁ ଆଦର କଲେ ଅପରକୁ ଘୃଣା କରିବ, ଜଣକ ପ୍ରତି ଅନୁଗତ ହେଲେ ଅନ୍ୟକୁ ଅବଜ୍ଞା କରିବ। ତୁମେ ଏକା ସଙ୍ଗେ ଈଶ୍ୱର ଓ ଧନସମ୍ପତ୍ତି ପ୍ରତି ଆସକ୍ତ ହୋଇ ରହି ପାରିବ ନାହିଁ।

Palyginti

Naršyti ମାଥିଉଲିଖିତ ସୁସମାଚାର 6:24

13

ମାଥିଉଲିଖିତ ସୁସମାଚାର 6:30

ପବିତ୍ର ବାଇବଲ (CL) NT (BSI)

ODCLBSI

ଆଜି ପଡ଼ିଆରେ ଥିବା ଘାସ ହଏତ କାଲିକୁ ନ ଥିବ - କଟାହୋଇ ନିଆଁରେ ଜଳିଯିବ। କିନ୍ତୁ ସେଗୁଡ଼ିକୁ ମଧ୍ୟ ଈଶ୍ୱର କେତେ ସୁନ୍ଦର ପୋଷାକରେ ସଜାଇଛନ୍ତି। ତୁମକୁ ଲୁଗାପଟା ଯୋଗାଇ ଦେବା ପାଇଁ ସେ କ’ଣ ଅଧିକ ମନୋଯୋଗୀ ହେବେ ନାହିଁ? ତୁମ୍ଭମାନଙ୍କ ବିଶ୍ୱାସ ସତେ କେଡ଼େ କ୍ଷୀଣ!

Palyginti

Naršyti ମାଥିଉଲିଖିତ ସୁସମାଚାର 6:30

14

ମାଥିଉଲିଖିତ ସୁସମାଚାର 6:3-4

ପବିତ୍ର ବାଇବଲ (CL) NT (BSI)

ODCLBSI

କିନ୍ତୁ ତୁମେ ଜଣେ ଅଭାବଗ୍ରସ୍ତକୁ ସାହାଯ୍ୟ କରିବାବେଳେ, ଏପରିଭାବେ କର, ଯେପରି ତୁମର ଅନ୍ତରଙ୍ଗ ବନ୍ଧୁ ମଧ୍ୟ ଏକଥା ଜାଣିପାରିବ ନାହିଁ। ତୁମର ଏହି ଦାନ ଗୋପନରେ ହୋଇଥିଲେ ସୁଦ୍ଧା ତୁମର ସର୍ବଦର୍ଶୀ ପିତା ଈଶ୍ୱର ତାହା ଦେଖି ତୁମକୁ ପୁରସ୍କାର ଦେବେ।

Palyginti

Naršyti ମାଥିଉଲିଖିତ ସୁସମାଚାର 6:3-4

15

ମାଥିଉଲିଖିତ ସୁସମାଚାର 6:1

ପବିତ୍ର ବାଇବଲ (CL) NT (BSI)

ODCLBSI

“ଲୋକମାନଙ୍କୁ ଦେଖାଇବା ପାଇଁ ସର୍ବସାଧାରଣରେ ଧର୍ମକର୍ମ କର ନାହିଁ। ତାହା କଲେ ପିତା ଈଶ୍ୱରଙ୍କଠାରୁ ତୁମେ ପୁରସ୍କାର ପାଇବ ନାହିଁ।

Palyginti

Naršyti ମାଥିଉଲିଖିତ ସୁସମାଚାର 6:1

16

ମାଥିଉଲିଖିତ ସୁସମାଚାର 6:16-18

ପବିତ୍ର ବାଇବଲ (CL) NT (BSI)

ODCLBSI

“ଉପବାସ କଲାବେଳେ ଛଳ ଧାର୍ମିକମାନଙ୍କ ପରି ମୁଖ ମଳିନ କର ନାହିଁ। ସେମାନେ ଉପବାସ କରୁଛନ୍ତି ବୋଲି ଅନ୍ୟମାନଙ୍କୁ ଦେଖାଇବା ପାଇଁ ନିଜ ଚେହେରାକୁ ଅଯତ୍ନ କରି ରଖନ୍ତି। ଏହା ନିଶ୍ଚିତ ଯେ - ସେପରି କରିବା ଦ୍ୱାରା ସେମାନେ ନିଜର ପ୍ରାପ୍ୟ ପାଇ ସାରିଛନ୍ତି। କିନ୍ତୁ ତୁମେ ଉପବାସ କଲାବେଳେ ମୁହଁ ଧୋଇ, ମୁଣ୍ଡ କୁଣ୍ଡାଇ ସଫାସୁତୁରା ହୋଇ ରୁହ, ଯେପରି ଉପବାସ କରୁଛ ବୋଲି ଅନ୍ୟମାନେ ଜାଣି ପାରିବେ ନାହିଁ, କିନ୍ତୁ ତୁମର ଅଦୃଶ୍ୟ ପିତା ଈଶ୍ୱରହିଁ ସବୁ କଥା ଜାଣିବେ। ତୁମେ ଗୋପନରେ ଯାହା କରୁଛ; ତାହା ଦେଖି, ସେ ତୁମକୁ ପୁରସ୍କାର ଦେବେ।

Palyginti

Naršyti ମାଥିଉଲିଖିତ ସୁସମାଚାର 6:16-18

Ankstesnis skyrius
Kitas skyrius
„YouVersion“

Skatina ir kviečia jus kasdieną ieškoti artumo su Dievu.

Tarnystė

Apie

Karjera

Savanoriaukite

Tinklaraštis

Spaudai

Naudingos nuorodos

Pagalba

Paaukokite

Biblijos versijos

Įgarsintos Biblijos

Biblijos kalbos

Dienos eilutė


Skaitmeninė tarnystė, kurią vykdo

Life.Church
Lietuvių

©2026 „Life.Church“ / „YouVersion“

Privatumo politikaSąlygos
Pažeidžiamumų atskleidimo programa
„Facebook“„Twitter“„Instagram“„YouTube“„Pinterest“

Pradžia

Biblija

Planai

Vaizdo įrašai