1
ଲୂକ 9:23
ପବିତ୍ର ବାଇବଲ (Re-edited) - (BSI)
ସେତେବେଳେ ସେ ସମସ୍ତଙ୍କୁ କହିଲେ, କେହି ଯେବେ ମୋହର ଅନୁଗାମୀ ହେବାକୁ ଇଚ୍ଛା କରେ, ତେବେ ସେ ଆପଣାକୁ ଅସ୍ଵୀକାର କରୁ, ପୁଣି ପ୍ରତିଦିନ ଆପଣା କ୍ରୁଶ ଘେନି ମୋହର ଅନୁଗମନ କରୁ।
Bandingkan
Selidiki ଲୂକ 9:23
2
ଲୂକ 9:24
କାରଣ ଯେକେହି ଆପଣା ଜୀବନ ରକ୍ଷା କରିବାକୁ ଇଚ୍ଛା କରେ, ସେ ତାହା ହରାଇବ; କିନ୍ତୁ ଯେକେହି ମୋʼ ନିମନ୍ତେ ଆପଣା ଜୀବନ ହରାଇବ, ସେ ତାହା ରକ୍ଷା କରିବ।
Selidiki ଲୂକ 9:24
3
ଲୂକ 9:62
କିନ୍ତୁ ଯୀଶୁ ତାଙ୍କୁ କହିଲେ, ଯେ ଲଙ୍ଗଳରେ ହାତ ଦେଇ ପଛକୁ ଚାହେଁ, ସେ ଈଶ୍ଵରଙ୍କ ରାଜ୍ୟର ଯୋଗ୍ୟ ନୁହେଁ।
Selidiki ଲୂକ 9:62
4
ଲୂକ 9:25
ଆଉ, ମନୁଷ୍ୟ ଯେବେ ସମସ୍ତ ଜଗତ ଲାଭ କରି ଆପଣାକୁ ବିନାଶ କରେ ବା ହରାଏ, ତେବେ ତାହାର କି ଲାଭ?
Selidiki ଲୂକ 9:25
5
ଲୂକ 9:26
ଯେଣୁ ଯେକେହି ମୋର ଓ ମୋହର ବାକ୍ୟ ବିଷୟରେ ଲଜ୍ଜା ବୋଧ କରେ, ମନୁଷ୍ୟପୁତ୍ର ଯେତେବେଳେ ଆପଣାର ଓ ପିତାଙ୍କର, ପୁଣି ପବିତ୍ର ଦୂତମାନଙ୍କର ମହିମାରେ ଆଗମନ କରିବେ, ସେତେବେଳେ ସେ ତାହା ବିଷୟରେ ଲଜ୍ଜା ବୋଧ କରିବେ।
Selidiki ଲୂକ 9:26
6
ଲୂକ 9:58
ଯୀଶୁ ତାଙ୍କୁ କହିଲେ, କୋକିଶିଆଳିର ଗାତ ଅଛି, ଆକାଶ ପକ୍ଷୀର ବସା ଅଛି, ମାତ୍ର ମନୁଷ୍ୟପୁତ୍ରର ମୁଣ୍ତ ଗୁଞ୍ଜିବାର ସ୍ଥାନ ନାହିଁ।
Selidiki ଲୂକ 9:58
7
ଲୂକ 9:48
ଯେକେହି ମୋʼ ନାମରେ ଏହି ସାନ ପିଲାକୁ ଗ୍ରହଣ କରେ, ସେ ମୋତେ ଗ୍ରହଣ କରେ, ଆଉ ଯେକେହି ମୋତେ ଗ୍ରହଣ କରେ, ସେ ମୋହର ପ୍ରେରଣକର୍ତ୍ତାଙ୍କୁ ଗ୍ରହଣ କରେ; କାରଣ ତୁମ୍ଭ ସମସ୍ତଙ୍କ ମଧ୍ୟରେ ଯେ କ୍ଷୁଦ୍ର, ସେ ଶ୍ରେଷ୍ଠ।
Selidiki ଲୂକ 9:48
Halaman Utama
Alkitab
Pelan
Video