ଯୋହନ 3

3
ଯୀଶୁ ଓ ନିକଦୀମ
1ଫାରୁଶୀମାନଙ୍କ ମଧ୍ୟରେ ନିକଦୀମ ନାମକ ଜଣେ ଇହୁଦୀ ନେତା ଥିଲେ। 2ସେ ରାତ୍ରି ସମୟରେ ଯୀଶୁଙ୍କ ନିକଟକୁ ଆସି କହିଲେ, “ରାବି, ଆମେ ଜାଣୁ, ଆପଣ ଈଶ୍ୱର ପ୍ରେରିତ ଗୁରୁ। ଆପଣ ଯେଉଁସବୁ ଅଲୌକିକ କାର୍ଯ୍ୟ କରୁଛନ୍ତି, ଈଶ୍ୱରଙ୍କ ସହାୟତା ବିନା ତାହା କେହି କରି ପାରିବେ ନାହିଁ।”
3ଯୀଶୁ ତାଙ୍କୁ ଉତ୍ତର ଦେଲେ, “ସତ୍ୟ ସତ୍ୟ ମୁଁ ତୁମକୁ କହୁଛି, ପୁନର୍ଜନ୍ମ#3:3 ପୁନର୍ଜନ୍ମ - ଅର୍ଥାତ୍ ଈଶ୍ୱରଙ୍କଠାରୁ ଜାତ। ନ ହେଲେ କେହି ଈଶ୍ୱରଙ୍କ ରାଜ୍ୟ ଦେଖି ପାରିବ ନାହିଁ।”
4ନିକଦୀମ ପଚାରିଲେ, “ଜଣେ ବୟଃପ୍ରାପ୍ତ ବ୍ୟକ୍ତି ଆଉ ଥରେ କିପରି ଜନ୍ମ ଗ୍ରହଣ କରିପାରିବ? ମାତୃ ଗର୍ଭରେ ପ୍ରବେଶ କରି ସେ କ’ଣ ଦ୍ୱିତୀୟ ଥର ଜନମ ହୋଇ ପାରିବ?”
5ଯୀଶୁ କହିଲେ: “ସତ୍ୟ ସତ୍ୟ ମୁଁ ତୁମକୁ କହୁଛି, ଜଳ ଓ ଆତ୍ମାରୁ ଆଉ ଥରେ ଜନ୍ମ ନ ହେଲେ, କେହି ଈଶ୍ୱରଙ୍କ ରାଜ୍ୟରେ ପ୍ରବେଶ କରିପାରିବ ନାହିଁ। 6ଶରୀରରୁ ଯାହା ଜାତ, ତାହା ଶାରୀରିକ। ଆତ୍ମାରୁ ଯାହା ଜାତ, ତାହା ଆତ୍ମିକ। 7ସମସ୍ତଙ୍କୁ ଆଉ ଥରେ ଜନ୍ମ ହେବାକୁ ପଡ଼ିବ ବୋଲି ମୁଁ ଯାହା କହୁଛି, ଏଥିରେ ବିସ୍ମିତ ହୁଅ ନାହିଁ। 8ପବନ ଯେଉଁ ଆଡ଼େ ଇଚ୍ଛା ସେହି ଆଡ଼େ ବହେ। ତୁମେ କେବଳ ତା’ର ଶବ୍ଦ ଶୁଣିପାର, କିନ୍ତୁ ତାହା କେଉଁଠାରୁ ଆସିଛି ଓ କେଉଁ ଆଡ଼କୁ ଗତି କରୁଛି, କହି ପାରିବ ନାହିଁ। ଆତ୍ମାଙ୍କଠାରୁ ଜାତ ପ୍ରତ୍ୟେକ ମଧ୍ୟ ସେହିପରି।
9ନିକଦୀମ ପଚାରିଲେ, “ତାହା କିପରି ସମ୍ଭବ?”
10ଯୀଶୁ ତାଙ୍କୁ କହିଲେ: “ତୁମେ ଇଶ୍ରାୟେଲର ଜଣେ ଗୁରୁ ହୋଇଏ ଏକଥା ଜାଣି ନାହଁ? 11ସତ୍ୟ ସତ୍ୟ ମୁଁ କହୁଅଛି, ଆମେ ଯାହା ଜାଣୁ, ତାହା କହୁ, ଯାହା ଦେଖିଛୁ, ତା’ର ସାକ୍ଷ୍ୟ ଦେଉ; ତଥାପି ତୁମେ କେହି ବିଶ୍ୱାସ କରୁ ନାହିଁ। 12ମୁଁ ପାର୍ଥିବ ବିଷୟ କହିବା ବେଳେ ତୁମ୍ଭେମାନେ ବିଶ୍ୱାସ କରୁ ନାହଁ; ସ୍ୱଗୀୟ କଥା କହିଲେ କିପରି ବିଶ୍ୱାସ କରିବ? 13ଯେଉଁ ମନୁଷ୍ୟପୁତ୍ର ସ୍ୱର୍ଗରୁ ଅବତରଣ କଲେ, ତାଙ୍କ ବିନା ଆଉ କେହି ସ୍ୱର୍ଗାରୋହଣ କରି ନାହିଁ।”
14ମୋଶା ମରୁପ୍ରାନ୍ତରରେ ଯେପରି ଗୋଟିଏ ଧାତୁନିର୍ମିତ ସର୍ପକୁ ଉପରକୁ ଉଠାଇଥିଲେ, ମନୁଷ୍ୟପୁତ୍ର ସେପରି ଊଦ୍ଧ୍ୱର୍କୁ ଉଠାଯିବେ।#ଗଣନା ୨୧:୯। 15ତାହାହେଲେ, ଯେ କେହି ତାଙ୍କଠାରେ ବିଶ୍ୱାସ କରିବ, ସେ ଅନନ୍ତ ଜୀବନ ପାଇବ। 16ଈଶ୍ୱର ଜଗତକୁ ଏଡ଼େ ପ୍ରେମ କଲେ ଯେ, ସେ ନିଜର ଅଦ୍ୱିତୀୟ ପୁତ୍ରଙ୍କୁ ଦାନ କଲେ- ଯେ କେହି ତାଙ୍କଠାରେ ବିଶ୍ୱାସ କରେ, ସେ ବିନଷ୍ଟ ନ ହୋଇ ଅନନ୍ତ ଜୀବନ ପାଇବ। 17ଈଶ୍ୱର ତାଙ୍କ ପୁତ୍ରଙ୍କୁ ଜଗତର ବିଚାରକର୍ତ୍ତା ରୂପେ ପଠାଇ ନାହାନ୍ତି, କିନ୍ତୁ ଜଗତର ତ୍ରାଣକର୍ତ୍ତା ସ୍ୱରୂପେ ପଠାଇଛନ୍ତି।
18ଯେ କେହି ସେହି ପୁତ୍ରଙ୍କଠାରେ ବିଶ୍ୱାସ କରେ, ସେ ଆଉ ବିଚାରିତ ହେବ ନାହିଁ; କିନ୍ତୁ ଯେ ବିଶ୍ୱାସ କରେ ନାହିଁ, ତା’ର ବିଚାର ହୋଇ ସାରିଛି। କାରଣ ସେ ଈଶ୍ୱରଙ୍କ ଅଦ୍ୱିତୀୟ ପୁତ୍ରଙ୍କୁ ଅବିଶ୍ୱାସ କରିଛି। 19ସେହି ବିଚାର ଏହିପରି ହୁଏ। ଜଗତରେ ଆଲୋକ ପ୍ରକାଶ ପାଇଛି, କିନ୍ତୁ ଲୋକେ ଆଲୋକ ଅପେକ୍ଷା ଅନ୍ଧକାରକୁ ପସନ୍ଦ କରିଛନ୍ତି; କାରଣ ସେମାନଙ୍କ କାର୍ଯ୍ୟ ସକଳ ଅସ୍। 20ଦୁଷ୍କର୍ମକାରୀ ଆଲୋକକୁ ଘୃଣା କରେ। ତା’ର ଦୁଷ୍କର୍ମଗୁଡ଼ିକ ପ୍ରକାଶ ପାଇଯିବା ଭୟରେ ସେ ଅଲୋକକୁ ଆସେ ନାହିଁ। 21ଯାହା କର୍ମ ସତ୍, ସେ ଆଲୋକକୁ ଆସିବା ପାଇଁ ଇଚ୍ଛା କରେ; କାରଣ ତା’ କାର୍ଯ୍ୟରେ ସେ ଯେ ଈଶ୍ୱରଙ୍କ ଆଜ୍ଞାଧୀନ, ଏ କଥା ସେ ଆଲୋକରେ ପ୍ରକାଶ କରିବାକୁ ଚାହେଁ।
ଯୀଶୁ ଓ ଯୋହନ
22ଏହା ପରେ ଯୀଶୁ ତାଙ୍କ ଶିଷ୍ୟମାନଙ୍କ ସହ ଯିହୁଦା ପ୍ରଦେଶକୁ ଯାଇ ସେଠାରେ କିଛି ଦିନ ଅତିବାହିତ କଲେ। ସେଠାରେ ସେ ଜଳଦୀକ୍ଷା ଦେଲେ। 23ସେତେବେଳେ ଶାଲିମ୍ର ଅଦୂରବର୍ତ୍ତୀ ଏନୋନରେ ଯୋହନ ମଧ୍ୟ ଜଳଦୀକ୍ଷା ଦେଉଥିଲେ, କାରଣ ସେଠାରେ ଯଥେଷ୍ଟ ଜଳ ଥିଲା ଓ ଜଳଦୀକ୍ଷା ନେବା ପାଇଁ ସେଠାକୁ ଅନେକ ଲୋକ ଆସୁଥିଲେ। (24ସେ ପର୍ଯ୍ୟନ୍ତ ଯୋହନ କାରାରୁଦ୍ଧ ହୋଇ ନ ଥିଲେ।#ମାଥିଉ ୧୪:୩; ମାର୍କ ୬:୧୭; ଲୂକ ୩:୧୯-୨୦)
25ଦିନେ ଶାସ୍ତ୍ରୀୟ ବିଧି ଅନୁଯାୟୀ ଶୁଚି ହେବା ବିଷୟରେ ଯୋହନଙ୍କ ଶିଷ୍ୟମାନେ ଜଣେ ଇହୁଦୀ ଲୋକ ସହିତ ତର୍କ କରୁଥିଲେ। 26ସେମାନେ ଯୋହନଙ୍କୁ କହିଲେ, “ଗୁରୁ, ଆପଣଙ୍କ ମନେ ଥିବ, ଯର୍ଦ୍ଦନ ନଦୀର ପୂର୍ବ ପଟେ ଜଣେ ବ୍ୟକ୍ତି ଆପଣଙ୍କ ପାଖରେ ଠିଆ ହୋଇଥିଲେ। ତାଙ୍କ ବିଷୟରେ ଆପଣ ସାକ୍ଷ୍ୟ ଦେଉଥିଲେ। ସେ ଏବେ ନିଜେ ଜଳଦୀକ୍ଷା ଦେଉଛନ୍ତି ଓ ସମସ୍ତେ ତାଙ୍କ ନିକଟକୁ ଯାଉଛନ୍ତି।”
27ଯୋହନ ଉତ୍ତର ଦେଲେ: “ଈଶ୍ୱର ନ ଦେଲେ, ମନୁଷ୍ୟ କିଛି ପାଏ ନାହିଁ। 28ମୁଁ କହିଥିଲି, ‘ମୁଁ ମସୀହ ନୁହେଁ। ମୁଁ କେବଳ ତାଙ୍କର ଅଗ୍ରଦୂତ ସ୍ୱରୂପେ ପ୍ରେରିତ ହୋଇଛି।’#ଯୋହନ ୧:୨୦ 29ମୋର ଏ କଥାର ତୁମ୍ଭେମାନେ ସାକ୍ଷୀ। ନବବଧୂ କେବଳ ବରର ନିଜସ୍ୱ। କିନ୍ତୁ ପାଶ୍ୱର୍ରେ ଠିଆ ହୋଇଥିବା ବରର ବନ୍ଧୁ ତା’ କଥା ଶୁଣି ଉତ୍ଫୁଲ ହୁଏ। ଏହି ପରିପୂର୍ଣ୍ଣ ଆନନ୍ଦ ମୁଁ ଏବେ ଉପଭୋଗ କରୁଛି। 30ତାଙ୍କର ପ୍ରାଧାନ୍ୟ ବଢ଼ିବ, କିନ୍ତୁ ମୋର ଗୁରୁତ୍ୱ ହ୍ରାସ ପାଇବ।”
ସ୍ୱର୍ଗରୁ ଆଗତ
31ଯେ ସ୍ୱର୍ଗରୁ ଆଗତ, ସେ ସମସ୍ତଙ୍କଠାରୁ ମହାନ୍। ପୃଥିବୀରୁ ଯେ ଜାତ, ସେ ପାର୍ଥିବ; ସେ କେବଳ ପାର୍ଥିବ ବିଷୟ କହିଥାଏ। କିନ୍ତୁ ଯେ ସ୍ୱର୍ଗରୁ ଆଗତ, ସେ ସମସ୍ତଙ୍କଠାରୁ ଊଦ୍ଧ୍ୱର୍ରେ। 32ସେ ଯାହା ଦେଖିଛନ୍ତି ଓ ଶୁଣିଛନ୍ତି, ସେହି ବିଷୟ ପ୍ରକାଶ କରୁଛନ୍ତି, କିନ୍ତୁ ତାଙ୍କ ବାର୍ତ୍ତା କେହି ଗ୍ରହଣ କରୁ ନାହାନ୍ତି। 33ଯେ କେହି ତାଙ୍କ ବାର୍ତ୍ତା ଗ୍ରହଣ କରେ, ସେ ଈଶ୍ୱରଙ୍କୁ ସତ୍ୟର ସ୍ୱରୂପ ବୋଲି ସ୍ୱୀକାର କରେ। 34ଯାହାଙ୍କୁ ଈଶ୍ୱର ପ୍ରେରଣ କରିଛନ୍ତି, ସେ ଈଶ୍ୱରଙ୍କ ବାକ୍ୟ କୁହନ୍ତି, କାରଣ ସେ ଈଶ୍ୱରଙ୍କ ଆତ୍ମାରେ ପରିପୂର୍ଣ୍ଣ। 35ପିତା ଈଶ୍ୱର ପୁତ୍ରଙ୍କୁ ପ୍ରେମ କରନ୍ତି ଓ ତାଙ୍କଠାରେ ସମସ୍ତ ବିଷୟର କର୍ତ୍ତୃତ୍ୱ ଅର୍ପଣ କରିଛନ୍ତି।#ମାଥିଉ ୧୧:୨୭; ଲୂକ ୧୦:୨୨ 36ଯେ କେହି ସେହି ପୁତ୍ରଙ୍କଠାରେ ବିଶ୍ୱାସ ସ୍ଥାପନ କରେ, ସେ ଅନନ୍ତ ଜୀବନ ପାଇବ; ଯେ କେହି ତାଙ୍କର ଅବାଧ୍ୟ ହୁଏ, ସେ ସେହି ଜୀବନରୁ ବଞ୍ôଚତ ହେବ ଓ ଈଶ୍ୱରଙ୍କ କ୍ରୋଧର ପାତ୍ର ହୋଇ ରହିବ।

Chwazi Kounye ya:

ଯୋହନ 3: ODCLBSI

Pati Souliye

Kopye

Konpare

Pataje

None

Ou vle gen souliye ou yo sere sou tout aparèy ou yo? Enskri oswa konekte