Logo ya YouVersion
Elilingi ya Boluki

ମାଥିଉଲିଖିତ ସୁସମାଚାର 9

9
ଯାଶୁ ଜଣେ ପକ୍ଷାଘାତ ରୋଗୀକୁ ସୁସ୍ଥ କଲେ
(ମାର୍କ ୨:୧-୧୨; ଲୂକ ୫:୧୭-୨୬)
1ଯୀଶୁ ଡଙ୍ଗାରେ ବସି ହ୍ରଦ ଆରପାରରେ ଥିବା ନିଜ ସହରକୁ#9:1 ନିଜ ସହର: କଫର୍ନାହୁମ। ୪:୧୩ ଦେଖନ୍ତୁ। ଫେରିଗଲେ।
2ସେଠାରେ ଜରେଣ ପକ୍ଷାଘାତ ରୋଗୀକୁ ଲୋକେ ତାଙ୍କ ନିକଟକୁ ଆଣିଲେ। ରୋଗୀଟିକୁ ଲୋକେ ତାଙ୍କ ନିାଟକୁ ଆଣିଲେ। ରୋଗୀୀଟି ତା’ ବିଛଣାରେ ଶୋଇ ରହିଥିଲା। ସେମାନଙ୍କର ଏତେ ବିଶ୍ୱାସ ଦେଖି ଯୀଶୁ ପକ୍ଷାଘାତୀୁ କହିଲେ, “ପୁଅ, ସାହସ ଧର। ତୋର ସବୁ ପା କ୍ଷମା ହୋଇଗଲା।”
3କେତେ ଧର୍ମଗୁରୁ ଏକଥା ଶୁଣି ମନେ ମନେ ଭାବିଲେ, “ଏ ବ୍ୟକ୍ତି ଈଶ୍ୱର ନିନ୍ଦା କରୁଛି।”
4ସେମାନେ ମନ କଥାଜାଣି ଯୀଶୁ କହିଲେ, “ତୁମେ କାହିଁକି ଏପରି ଦୁଶ୍ଚିନ୍ତା କରୁଛି।” 5‘ତୁମର ପାପ କ୍ଷମା ହୋଇଗଲା?’ ଏକଥା କହିବା ସହଜ ନା ‘ଉଠି ଚାଲି ଯାଅ’ କହିବା ଅଧିକ ସହଜ? 6କିନ୍ତୁ ପାପ କ୍ଷମା କରିବା ପାଇଁ ମଧ୍ୟ ମନୁଷ୍ୟପୁତ୍ରଙ୍କ ଅଧିକାର ଅଛି, ଏକଥା ତୁମ ଆଗରେ ପ୍ରମଣେ କରିବି।” ତା’ପରେ ଯୀଶୁ ପକ୍ଷାଘାତ ରୋଗୀକୁ କହିଲେ, “ଉଠ, ବିଛଣା ଉଠାଇ, ଘରକୁ ଫେରିଯାଅ।”
7ରୋଗୀଯି ଉଠି ଘରକୁ ଚାଲିଗଲା। 8ଲୋକେ ଏହା ସେଖି ଶଙ୍କିତ ହେଲେ। କିନ୍ତିୁ କନୁଷ୍ୟକୁ ଏପରି ଅଧିକାର ଦେଇଥିବାରୁ ସେମାନେ ଈଶ୍ୱରଙ୍କୁ ଧନ୍ୟବାଦ ଦେଲେ।
ଯୀଶୁ ମାଥିଉଙ୍କୁ ଆହ୍ୱାନ କଲେ
(ମାର୍କ ୨:୧୩-୧୭; ଲୂକ ୫:୨୭-୩୨)
9ଯୀଶୁ ସେଠାରୁ ଚାଲିଯିବାବେଳେ ମାଥିଉ ନାମକ ଜଣେ କରଆଦୟକାରୀକୁ ତା’ର କାର୍ଯ୍ୟଳୟରେ ବସିଥିବା ଦେଖିଲେ ଓ ତାକୁ ଆହ୍ୱାନ କରି କହିଲେ, “ମୋ’ ପଛେ ପଛେ ଆସ।”
ମାଥିଉ ଉଠି ତାଙ୍କୁ ଅନୁଦରଣ କଲେ।
10ଯୀଶୁ ମାଥିଉଙ୍କ#9:10 ବିକଳ୍ପ ଅନୁବାଦ-ତାଙ୍କର ଅଥାର୍ତ ଯୀଶୁଙ୍କ ଘରେ: ଘରେ ଭୋଜନ କରିବା ବେଳେ ଅନେକ କରଆଦାୟକାରୀ ଓ ସାମାଜଚ୍ୟୁତ ଲୋକେ ତାଙ୍କ ସହିତ ଓ ତାଙ୍କ ଶିଷ୍ୟମନେ ସହିତ ଭୋଜନରେ ବସିଲେ।#ଲୂକ ୧୫:୧-୨। 11କେତେଜଣ ଫାରୁଶୀ ଏହେ ସେଖି ଯୀଶୁଙ୍କ ଶିଷ୍ୟମାନଙ୍କ ପଚାରିଲେ, “ତୁମ ଗୁରୁ ଏଭଳି ଲୋକମାନଙ୍କ ସହିତ କାହିଁକି ଏକାଠି ବସି ଖାଉଛନ୍ତି?”
12ଯୀଶୁ ସେମାନେ ପ୍ରଶ୍ନର ଉତ୍ତର ଦେଇ କହିଲେ, “ସୁସ୍ଥ ଲୋ୍ଙ୍କ ପାଇଁ ଡାକ୍ତରର ପ୍ରୟୋଜନ ନାହିଁ। କେବଳ ରୋଗୀମାନେ ଡାକ୍ତର ଆବଶ୍ୟକ କରନ୍ତି।
13“ଶାସ୍ତ୍ରରେ ଲେଖା ହେରଇଛି, “ମୁଁ ଚାହେିଁ ଦୟା, ବଳିଦାନ ନୁହେଁ - ଏହି କଥାର ଅର୍ଥ କଅଣ, ଯାଇ ବୁଝିବାକୁ ଚେଷ୍ଠା କର। ମୁଁ ଧାର୍ମିକମାନଙ୍କୁ ଡାକିବାକୁ ଆସି ନାହିଁ; ଆସିଛି ପାପୀମାନଙ୍କ ପାଇଁ।”#ମାଥିଉ ୧୨:୭; ହୋଶେୟ ୬:୬।
ଉପବାସ କାହିଁକି?
(ମାର୍କ ୨:୧୮-୨୨; ଲୂକ ୫:୩୩-୩୯)
14ଏହାପରେ ଦିନେ ଜଳସୀକ୍ଷାଦାତା ଯୋହନଙ୍କ ଶିଷ୍ୟମାନେ ଯୀଶୁଙ୍କ ନିକଟକୁ ଆସି ପଚାରିଲେ, “ଆମେ ସ ଫଶରୁଶୀମାନେ ଏତେ ଥର ଉପବାସି କରୁଛି, ଆପଣଙ୍କ ଶିଷ୍ୟମାନେ କାହିଁକି କେବେହେଲେ ଉପବାସ କରୁନାହାନ୍ତି?”
15ଯୀଶୁ ଉତ୍ତର ସେଲେ, “ବିବାହ ଉତ୍ସବରେ ବର ଉପସ୍ଥିତ ଥିବାଯାଏ ଅତିଥିମାନେ କ’ଣ ଦୁଃଖ କରନ୍ତି? କଦାପି ନୁହେଁ। କିନ୍ତୁ ଦିନ ଆସିବ, ଯେତେବେଳେ ବର ଚରଲିଯିବେ; ସେତେବେଳେ ସେମାନେ ଉପବାସ କରିବେ।
16“କେହି ପୁରୁଣା ପୋଷାକରେ ନୂଆ କନାର ତାଳି ପକାଏ ନାହିଁ। କାରଣ ନୂଆ କନାର ତାଳି ସୁଙ୍କଚିତ ହୋଇ ଛିଣ୍ଡା ଜାଗାଟିକୁ ଅଧିକ ଚିରି ପକାଇବ। 17କେହି ପୁରୁଣା ଚମଡ଼ା ଥଳୀଟିରେ ତଟକା ଦ୍ରାକ୍ଷାରସ ଭତ୍ତି କରେ ନାହିଁଚାରଣ ତଦ୍ୱାରା ଚମଡ଼ା ଥଳୀଟି ଫାଟିଯାଇ ନଷ୍ଟ ହେବ ଏବଂ ଦାଷାରସ ବାହାରି ତଳେ ପଡ଼ିଯିବ। ତଟକା ଦ୍ରାଷାରସକୁ ନୂଆ ଚମଡ଼ା ଥଳୀରେ ରଖିଲେ, ଉଭୟ ଦ୍ରାଷାରସ ଓ ଥଳୀ ସୁରକ୍ଷିତ ହେବ।”
ଉଚ୍ଚ କର୍ମଚାରୀର ଝିଅ ବଞ୍ଚିଲା ଓ ରୁଗଣା ସ୍ତ୍ରୀ ଲୋକ ସସ୍ଥ ହେଲା
(ମାଥିଉ ୫:୨୧-୪୩; ଲୂକ ୮:୪୦-୫୬)
18ଯୀଶୁ ଏହି ସବୁ ଶିକ୍ଷା ଦେଉଥିବାବେଳେ ଜଣେ ଇହୁଦୀ ଉଚ୍ଚ କର୍ମଚାରୀ ତାଙ୍କ ନିକଟକୁ ଆସି ଆଣଣ୍ଠୁମାଡ଼ି କହିଲା, “ଏହିକ୍ଷଣି ମୋ’ ଝିଅ ମରି ଯାଇଛି। କିନ୍ତୁ ଆପଣ ଆସି ତା’ ଉପରେ ହାତ ରଖିଲେ, ସେ ନିଶ୍ଚିତ ବଞ୍ଚିବ।”
19ସଙ୍ଗେ ସଙ୍ଗେ ଯୀଶୁ ଉଠିଲେ ଏବଂ ସେ ଓ ତାଙ୍କ ଶିଷ୍ୟମାନେ ସେହି କର୍ମଚାରୀର ପଛେ ପଛେ ଗଲେ।
20ଯୀଶୁ ବାଟରେ ଯାଉଥିବାବେଳେ ଜଣେ ସ୍ତ୍ରୀ ଲୋକ ତାଙ୍କ ପଛ ପଟୁ ଆସି ତାଙ୍କ ପୋଷାକ ଧାରକୁ ଛୁଇଁଲା। ସେ ବାରବର୍ଷ ଧରି ଭୀଶଣ ରକ୍ତସ୍ରୀବ ରୋଗ ଭୋଗୁଥିଲା। 21ସେ ମନେ ମନେ ଭାବିଲା, “କେବଳ ତାଙ୍କର ପୋଷାକକୁ ଥରେ ଛୁଇଁ ପାରିଲେ, ମଁ ସଚସ୍ଥ ହୋଇଯିବି।”
22ଯୀଶୁ ବୁଲିବଡ଼ି ତାକୁ ଦେଖିଲେ ଏବଂ ଅଭୟ ଦେଇ କହିଲେ, “ ଝିଅ, ସାହସ ଧର। ତୋ’ ବିଶ୍ୱାସ ତୋତେ ସୁସ୍ଥ କରିଛି।” ସେହି ମୁହୂର୍ତ୍ତରେ ସେହି ସ୍ତ୍ରୀ ଲୋକଟି ସୁସ୍ଥ ହୋଇଗଲା।
23ତା’ପରେ ଯୀଶୁ ସେହି ଇହୁଦୀ କର୍ମଚାରୀଙ୍କ ଘରେ ନହଞ୍ଚିଲେ। ସେଠାରେ ଅନ୍ତ୍ୟେଷ୍ଟିକ୍ରି ୟା ପାଇଁ ଡକାଯାଇଥିବା ବାଦ୍ୟକାର ଓ ଅନ୍ୟାନ୍ୟ ଲୋକମାନେ ଗୋଳମାଳ କରୁଥିବା ଦେଖି, 24ଯୀଶୁ କହିଲେ, “ସମସ୍ତେ ଏଠାରୁ ବାହାରି ଯାଅ। ଝିଅଟି ମରି ନାହିଁ। କେବଳ ଶୋଇଛି।” ତାଙ୍କ କଥା ଶୁଣି ସେମାନେ ପରିହସ କଲେ। 25କିନ୍ତୁ ସେମାନେ ବାହାରି ଯିବା ପରେ ଯୀଶୁ ବାଳିକାର କୋଡରୀକୁ ଯାଇ ତା’ ହାତ ଧରି ଉହଠାଇଲେ ଓ ସେ ସଙ୍ଗେ ସଙ୍ଗେ ଉଠି ବସିଲା। 26ଏହି ଘଯଣାର ସମ୍ବାଦ ସେହି ଅଞ୍ଚଳରେ ସବୁଆଡ଼େ ବ୍ୟାନିଗଲା।
ଯୀଶୁ
27ଯୀଶୁ ସେଠାରେ ପ୍ରସ୍ଥାନ କଳାବେଳେ ଦୁଇଜଣ ଅନ୍ଧ ତାଙ୍କ ଅନୁସରଣ କଲେ। ସେମାନେ ଚିତ୍କାର କରି କହୁଥିଲେ, “ହେ ଦାଉଦବଂଶଜ, ଆମକୁ ଦୟା କରନ୍ତୁ।”
28ସେମାନେ ଯୀଶୁଙ୍କ ପଛେ ପଛେ ଯାଇ ଗୋଟିଏ ଘରେ ପ୍ରବେଶ କଲେ। ସେଠାରେ ଯୀଶଉ ସେମାନଙ୍କୁ ପଚାରିଲେ, “ମୁଁ ତୁମ୍ଭମାନଙ୍କୁ ସୁସ୍ଥ କରିପାରିବି ବୋଲି ବିଶ୍ୱାସ କରୁଛ କି?” ସେମାନେ ଉତ୍ତର ଦେଲେ-”ହଁ ପ୍ରଭୁ।”
29ସେତେବେଳେ ଯୀଶୁ ସେମାନଙ୍କର ଚକ୍ଷୁ ସ୍ପର୍ଶ କରି କହିଲେ, “ତୁମ୍ଭର ବିଶ୍ୱାସ ଅନୁଯାୟୀ ତାହା ହେଉ।”
30ସେହିକ୍ଷଣି ସେମନେ ଦୃଷ୍ଟିଶକ୍ତି ଫେରି ପାଇଲେ। ଯୀଶୁ ସେମାନଙ୍କୁ କଡ଼ା ନିର୍ଦ୍ଦେଶ ଦେଇ କହିଲେ, “ସାବଧାନ! କେହି ଯେପରି ଏକଥା ନ ଜାଣନ୍ତି।”
31କିନ୍ତୁ ସେମାନେ ସେଠାରୁ ଯାଇ ଯୀଶୁଙ୍କ କଥା ସବୁଆଡ଼େ ପ୍ରଚାର କଲେ।
ଯୀଶୁ ଗୋଟିଏ ମୁକକୁ ବାକ୍‌ଶକ୍ତି ଦେଲେ
32ସେମାନେ ଚାଲିଗଲାବେଳେ କେତେକ ଲୋକ ଜଣେ ମୂକକୁ ଯୀଶୁଙ୍କ ନିକଟକୁ ଆଣିଲେ। ତାକୁ ଭୂତ ଧରିଥିବାରୁ ସେ ମୂକ ହୋଇ ଯାଇଥିଲା।
33ଯୀଶୁ ତା’ ଦେହରୁ ଭୂତଟିକୁ ବାହାର କରି ଦେବା ମାତ୍ର ସେ କଥା କହିବାକୁ ଲାଗିଲା। ସମସ୍ତେ ଆଶ୍ଚଯ୍ୟ ହୋଇ କହିଲେ, “ଇଶ୍ରାୟେଲ ଦେଶରେ ଆମେ ଏଭଳି କାର୍ଯ୍ୟ କେବେ ଦେଖି ନ ଥିଲୁ।”
34କିନ୍ତୁ ଫାରୁଶୀମାନେ କହିଲେ, “ଏ ଲୋକ ପ୍ରେତପତିଙ୍କ ଶ୍ତିରେ ଭୂତ ଛାଡ଼ାଉଛି।”#ମାଥିଉ ୧୦:୨୫; ୧୨:୨୪; ମାର୍କ ୩:୨୨; ଲୂକ ୧୧:୧୫।
ଲୋକଙ୍କ ପ୍ରତି ଯୀଶୁଙ୍କ ଦୟା
35ଯୀଶୁ ପରିଭ୍ରମଣ କରି କରି ଆନକ ସହର ଓ ଗ୍ରାମକୁ ଗଲେ। ପ୍ରତ୍ୟକ ସ୍ଥାନରେ ସେ ସମାଜ ଗୃହରେ ଶିକ୍ଷା ଦେଲେ, ସ୍ୱର୍ଗରାଜ୍ୟର ଶୁଭବାର୍ତ୍ତା ପ୍ରଚାର କଲେ ଏବଂ ନାନା ଅସୁସ୍ଥ ଓ ରୋଗଗ୍ରସ୍ତ ଲୋକଙ୍କୁ ସୁସ୍ଥ କଲେ।#ମାଥିଉ ୪:୨୩; ମାର୍କ ୧:୩୯; ଲୂକ ୪:୪୪। 36ଜନତାକୁ ଦେଖି ସେ ଦୟାରେ ବିଗଳିତ ହୋଇଗଲେ, କାରଣ ରକ୍ଷକବିହୀନ ମେଷପଲ ପରି ସେମାନେ ନତଃସହାୟ ଓ ବିପନ୍ନ ହେଉଥିଲେ।#ଗଣନା ୨୭:୧୭; ୧ ରାଜାବଳୀ ୨୨:୧୭; ୨ ବଂଶାବଳୀ ୧୮:୧୬; ଯିହିଜିକଲ ୩୪:୫; ମାର୍କ ୬:୩୪। 37ତେଣୁ ସେ ଶିଷ୍ୟମାନଙ୍କୁ କହିଲେ, “ଫସଲ ପ୍ରଚୁର ହୋଇଛି, କିନ୍ତୁ ତାକୁ ସଂଗ୍ରହ କରିବା ପାଇଁ ଯଥେଷ୍ଟ ମୂଲିଆ ନାହାନ୍ତି।#ଲୂକ ୧୦:୨। 38ଯଥେଷ୍ଟ ସଂଖ୍ୟାରେ ମୂଲିଆ ପଠାଇ ଶସ୍ୟ ଅମଳ କରି ନେବା ପାଇଁ ଜମି ମାଲିକଙ୍କୁ ନିବେଦନ କର।”

Tya elembo

Kabola

Kokisana

Copy

None

Olingi kobomba makomi na yo wapi otye elembo na baapareyi na yo nyonso? Kota to mpe Komisa nkombo