“ଯଦି ତୁମ ମଧ୍ୟରୁ କେହି ଗୋଟିଏ ଅଟ୍ଟାଳିକା ନିର୍ମାଣ କରିବାର ପରିକଳ୍ପନା କରେ, ତେବେ ସେ ପ୍ରଥମେ ବସି ଖର୍ଚ୍ଚ ଅଟ୍ଟକଳ କରେ ଓ ତା’ ପାଖରେ କାର୍ଯ୍ୟ ଶେଷ କରିବା ପାଇଁ ଯଥେଷ୍ଟ ଅର୍ଥ ଅଛି କି ନାହିଁ, ଦେଖେ। ଯଦି ତା’ ପାଖରେ ଅର୍ଥ ନ ଥାଏ, ତେବେ ମୂଳଦୁଆ ପକାଇବା ପରେ ସେ ଅଟ୍ଟାଳିକା ନିର୍ମାଣ କରିବାକୁ ସକ୍ଷମ ହୋଇ ପାରିବ ନାହିଁ ଓ ଦେଖିବା ଲୋକେ ତାକୁ ପରିହାସ କରି କହିବେ, ‘ଏହି ଲୋକଟି ନିର୍ମାଣ କରିବାକୁ ଆରମ୍ଭ କଲା, କିନ୍ତୁ କାର୍ଯ୍ୟ ଶେଷ କରିପାରୁ ନାହିଁ!’