1
ଲୂକ 19:10
ପବିତ୍ର ବାଇବଲ (CL) NT (BSI)
ODCLBSI
ମନୁଷ୍ୟପୁତ୍ର ହଜି ଯାଇଥିବା ଲୋକମାନଙ୍କୁ ଖୋଜି ରକ୍ଷା କରିବା ନିମନ୍ତେ ଆସିଛନ୍ତି।”
Сравнить
Изучить ଲୂକ 19:10
2
ଲୂକ 19:38
“ଯେଉଁ ରାଜା ପ୍ରଭୁଙ୍କ ନାମରେ ଆସୁଛନ୍ତି, ଈଶ୍ୱର ତାଙ୍କୁ ଆଶୀର୍ବାଦ କରନ୍ତୁ! ସ୍ୱର୍ଗରେ ଶାନ୍ତି ଓ ଈଶ୍ୱରଙ୍କ ଗୌରବ ହେଉ!”
Изучить ଲୂକ 19:38
3
ଲୂକ 19:9
ଯୀଶୁ ତାକୁ କହିଲେ, “ଆଜି ଏହି ଗୃହକୁ ପରିତ୍ରାଣ ଆସିଛି, କାରଣ ଏହି ବ୍ୟକ୍ତି ମଧ୍ୟ ଅବ୍ରାହମଙ୍କ ଜଣେ ବଂଶଧର।
Изучить ଲୂକ 19:9
4
ଲୂକ 19:5-6
ଯେତେବେଳେ ଯୀଶୁ ସେହି ସ୍ଥାନରେ ପହଞ୍ଚିଲେ, ସେ ଉପରକୁ ଅନାଇ ଜଖିୟକୁ କହିଲେ, “ଜଖିୟ, ଶୀଘ୍ର ତଳକୁ ଓହ୍ଲାଇ ଆସ; ଆଜି ମୋତେ ତୁମ ଘରେ ରହିବାକୁ ହେବ।” ଜଖିୟ ଶୀଘ୍ର ତଳକୁ ଓହ୍ଲାଇ ଆସି ମହାନନ୍ଦରେ ତାଙ୍କୁ ସ୍ୱାଗତ କଲା।
Изучить ଲୂକ 19:5-6
5
ଲୂକ 19:8
ଜଖିୟ ପ୍ରଭୁଙ୍କୁ କହିଲା, “ଗୁରୁ! ଶୁଣନ୍ତୁ! ମୁଁ ମୋ’ ସମ୍ପତ୍ତିର ଅଧେ ଦରିଦ୍ରମାନଙ୍କୁ ଦାନ କରିବି ଏବଂ ଯଦି ମୁଁ କାହାଠାରୁ କିଛି ଠକାଇ ନେଇଥାଏ, ତେବେ ଚାରି ଗୁଣରେ ତାକୁ ଫେରାଇ ଦେବି।”
Изучить ଲୂକ 19:8
6
ଲୂକ 19:39-40
ତା’ପରେ ଲୋକଗହଳି ମଧ୍ୟରୁ କେତେକ ଫାରୁଶୀ ଯୀଶୁଙ୍କ ସହିତ କଥାବାର୍ତ୍ତା କରି କହିଲେ, “ଗୁରୁ, ଆପଣଙ୍କ ଶିଷ୍ୟମାନଙ୍କୁ ତୁନି ହୋଇ ରହିବାକୁ ଆଦେଶ ଦିଅନ୍ତୁ!” ଯୀଶୁ ଉତ୍ତର ଦେଲେ, “ମୁଁ ତୁମ୍ଭମାନଙ୍କୁ କହୁଛି, ଯଦି ସେମାନେ ତୁନି ହେବେ, ତା’ହେଲେ ପଥରଗୁଡ଼ା ଚିକ୍ରାର କରି ଉଠିବେ।”
Изучить ଲୂକ 19:39-40
Главная
Библия
Планы
Видео